ସଡକ ଦୁର୍ଘଟଣା; ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲି:ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ ର ପଣ୍ଡଲୋଇ ନିକଟସ୍ଥ ଶ୍ୟାମମେଟାଲିକ୍ସ କାରଖାନା ସମ୍ନା ରେ ଆଜି ଅପରାହ୍ନ ପ୍ରାୟ ୩ଟା ସମୟ ରେ ଏକ ସଡକ ଦୁର୍ଘଟଣା ରେ ଜନୈକ ଯୁବ ବାଇକ୍ ଆରୋହୀ ଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଯୁବକ ର ପରିଚୟ ଜଣାପଡି ନାହିଁ । ସେ ତାଙ୍କ ଓଡି-୨୫ଏ-୬୭୪୨ବାଇକ୍ ରେ ଝାରସୁଗୁଡା ପଟ ରୁ ସମ୍ବଲପୁର ଯାଉଥିବା ବେଳେ ଏକ ଅଜଣା ଟ୍ରକ୍ ତାଙ୍କ ବାଇକ୍ କୁ ପଛ ପଟୁ ଧକ୍କା ଦେଇଥିଲା। ଫଳ ରେ ସେ ଚେତାଶୁନ୍ୟ ହୋଇ ଗୁରୁତର ଆହତ ହୋଇଥିଲେ। ରେଙ୍ଗାଲି ପୁଳିସ ଘଟଣା ସ୍ଥଳକୁ ପହଞ୍ଚି ତାଙ୍କୁ ଉଦ୍ଧାର କରାଇ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନା କୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.