www.samajalive.in
Sunday, December 7, 2025
23.1 C
Bhubaneswar

ମହାବିଦ୍ୟାଳୟରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ସରକାରୀ ଅନୁଦାନ ଦାବି

ଦୀର୍ଘ ବର୍ଷ ଧରି ରାଜ୍ୟର ବିଭିନ୍ନ ବେସରକାରୀ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟଗୁଡିକରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଅନୁଦାନ ଦେବା କ୍ଷେତ୍ରରେ ସରକାର କୌଣସି ପଦକ୍ଷେପ ନେଉନଥିବା ଜଣାପଡିଛି। ୪୮୮ ଓ ୬୬୨ ବର୍ଗର ବେସରକାରୀ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟଗୁଡିକରେ ଡାଟା ଏଣ୍ଟ୍ରି ଅପରେଟର ପଦବୀରେ ଥାଇ ଅନେକଙ୍କ ବୟସ ଅବସର ସମୟ ନିକଟବର୍ତ୍ତୀ ହୋଇଥିଲେ ମଧ୍ୟ ବାରମ୍ବାର ଅବଗତ କରାଇବା ଓ ଷ୍ଟାଣ୍ଡିଙ୍ଗ କମିଟି ସୁପାରିଶ ସତ୍ୱେ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଗତ ବୁଧବାର ଦିନ ଏ ନେଇ ନିଖିଳ ଓଡିଶା ବେସରକାରୀ ଅନୁଦାନ ପ୍ରାପ୍ତ ଡାଟା ଏଣ୍ଟ୍ରି ଅପରେଟର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି।

ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲାପାଳମାନଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ କଟକ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟରମାନେ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ନିଖିଳ ଓଡିଶା ବେସରକାରୀ ଅନୁଦାନ ପ୍ରାପ୍ତ ଡାଟା ଏଣ୍ଟ୍ରି ଅପରେଟର ସଂଘ ସମ୍ପାଦକ ଅରୁଣ କୁମାର ବାରିକ, ଜିଲ୍ଲା ସଂଯୋଜକ ସଞ୍ଜୟ କୁମାର ନାୟକ, ପ୍ରତିମା ସାହୁ, ସୁଜାତାରାଣୀ ଦାଶ, ସୀତାକାନ୍ତ ରାଉତ, ସୁଧୀର କୁମାର ସ୍ୱାଇଁ, ଋତୁରାଜ ରଣା, ନେଲସନ ବେହେରା ଓ ଜ୍ୟୋତି ରଞ୍ଜନ ରଥ ପ୍ରମୁଖ ଏହି ଦାବିପତ୍ର ପ୍ରଦାନ କରିଛନ୍ତି।

- Advertisement -

ଏହି ଦାବୀପତ୍ରରେ ଦର୍ଶାଯାଇଛି ଯେ ୧୧ ବର୍ଷରୁ ଅଧିକ ସମୟ ହେବ ସମ୍ପୃକ୍ତ ଡାଟା ଏଣ୍ଟ୍ରି ଅପରେଟରମାନେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ୨୦୦୯ ଏବଂ ୨୦୧୧ ମସିହାରେ ଜାରି ନିର୍ଦ୍ଦେଶ ଅନୁଯାୟୀ ମହାବିଦ୍ୟାଳୟ ପରିଚାଳନା କମିଟି ଦ୍ୱାରା ଚୟନ କରାଯାଇ ନିଯୁକ୍ତି ପାଇଛନ୍ତି ଏବଂ ସେମାନେ ଆଧୁନିକ କାର୍ଯ୍ୟାଳୟ ପରିଚାଳନା ବ୍ୟବସ୍ଥା ଅନୁଯାୟୀ ଅନଲାଇନ ଆଡ଼ମିସନ, ପରୀକ୍ଷା, ପ୍ରଶାସନ ଓ ଛାତ୍ରବୃତ୍ତି ଭଳି ଅନେକ କାର୍ଯ୍ୟ କରୁଛନ୍ତି। ଅନ୍ୟ ପକ୍ଷରେ ବିଭାଗୀୟ ଷ୍ଟାଣ୍ଡିଙ୍ଗ କମିଟି ପକ୍ଷରୁ ସେହି ଡାଟା ଏଣ୍ଟ୍ରି ଅପରେଟରମାନଙ୍କୁ ଖାଲି ପଡିଥିବା କନିଷ୍ଠ କିରାଣୀ ପଦବୀରେ ନିଯୁକ୍ତି ଦେବାକୁ ୨୦୧୯ ମସିହାରେ ଉଚ୍ଚଶିକ୍ଷା ବିଭାଗକୁ ପ୍ରସ୍ତାବ ଦେଇଛି। ତେଣୁ ସେମାନଙ୍କ ନିଯୁକ୍ତିକୁ ତୁରନ୍ତ ନିୟମିତ କରାଯିବ ସହ ଅନ୍ୟ ବେତନଭୋଗୀ କର୍ମଚାରୀ ଭଳି ଅନୁଦାନ ଦେବାକୁ ଡାଟା ଏଣ୍ଟ୍ରି ଅପରେଟର ସଂଘ ଦାବି କରିଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories