www.samajalive.in
Sunday, December 7, 2025
16.1 C
Bhubaneswar

ପିଜି ନାମଲେଖା ପ୍ରକ୍ରିୟା ଆରମ୍ଭ: ୨୮ରେ ସରିବ ଆବେଦନ, ମେ ୪ରୁ ସିପିଇଟି

ଭୁବନେଶ୍ବର : ୨୦୨୫-୨୬ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ ହୋଇଛି। ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବାକୁ ଆଗ୍ରହୀ ଥିବା ଛାତ୍ରଛାତ୍ରୀଙ୍କୁ ଏକକ ପିଜି ପ୍ରବେଶିକା ପରୀକ୍ଷା ରେ ଅଂଶଗ୍ରହଣ କରିବାକୁ ପଡ଼ିବ। ଏଥିପାଇଁ ସାମ୍ସ ପୋର୍ଟାଲରେ ଅପରାହ୍ଣ ୪ଟାରୁ କମନ ଆପ୍ଲିକେସନ ଫର୍ମ ଉପଲବ୍ଧ ହେବା ପରେ ଛାତ୍ରଛାତ୍ରୀ ଆବେଦନ କରୁଛନ୍ତି। ଆସନ୍ତା ୨୮ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଆବେଦନ କରିହେବ। ୨୯ ତାରିଖରେ ଆବେଦନକାରୀଙ୍କୁ ଫର୍ମ ସଂଶୋଧନର ସୁଯୋଗ ମିଳିବ। ଏପ୍ରିଲ ୪ ତାରିଖରେ ଆବେଦନକାରୀଙ୍କ ତଥ୍ୟ ଏସ୍‌ଏସ୍‌ବିରେ ଦାଖଲ ହେବ। ଏପ୍ରିଲ ୨୮ ତାରିଖ ଦିନ ୧୧ଟାରୁ ଏସ୍‌ଏସ୍‌ବି ୱେବ୍‌ସାଇଟ୍‌ରେ ହଲ୍‌ ଟିକଟ/ଆଡମିଟ୍ କାର୍ଡ ଉପଲବ୍ଧ ହେବ। ମେ’ ୪ରୁ ୧୮ ଯାଏ ପ୍ରବେଶିକା ପରୀକ୍ଷା କରାଯିବ। ଆସନ୍ତା ଜୁଲାଇ ୧୦ ତାରିଖ ସୁଦ୍ଧା ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ପାଠପଢ଼ା ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗର ଯୋଜନା ରହିଛି। ସାମ୍ସ ପୋର୍ଟାଲରୁ ସୋମବାର ରାତି ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ, ପିଜି ପାଠ୍ୟକ୍ରମ ନିମନ୍ତେ ୧୧୫ ଉଚ୍ଚ ଶିକ୍ଷାନୁଷ୍ଠାନରେ ୨୭,୮୦୩ ଆସନ ରହିଥିବାବେଳେ ୨୧୪ ଜଣ ଆବେଦନ କରିଥିଲେ। ଏଥିମଧ୍ୟରୁ ୧୯୫ ଜଣ ଫି’ ପୈଠ କରିଥିଲେ। ଉଚ୍ଚଶିକ୍ଷା ବିଭାଗର ସୂଚନା ଅନୁସାରେ, ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବାକୁ ଆଗ୍ରହୀ ଥିବା ଛାତ୍ରଛାତ୍ରୀଙ୍କୁ ଏକକ ପିଜି ପ୍ରବେଶିକା ପରୀକ୍ଷାରେ ଅଂଶଗ୍ରହଣ କରିବାକୁ ପଡ଼ିବ। ଏହି ପରୀକ୍ଷାରେ ରଖିଥିବା ମାର୍କ ଆଧାରରେ ହିଁ ସ୍ନାତକୋତ୍ତର ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ମନୋନୟନ କରାଯିବ। ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ସିପିଇଟି ପରୀକ୍ଷା ମାର୍କ ଅନିବାର୍ଯ୍ୟ ମାନଦଣ୍ଡ ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ମନୋନୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ମେଧା ଆଧାରିତ ହୋଇପାରିବ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ବୃହତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟାକୁ ଶୀଘ୍ର ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ସଠିକ୍‌ ସମୟରେ ପାଠ୍ୟକ୍ରମ ସମାପ୍ତ ହେବା ସହ ପରୀକ୍ଷା କରାଯାଇ ଫଳାଫଳ ଘୋଷଣା କରାଯାଇପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଚଳିତଥର ପ୍ରଥମ ପର୍ଯ୍ୟାୟ ନାମଲେଖା ସରିବା ପରେ ଖାଲିଥିବା ଆସନର ଉପଲବ୍ଧତାକୁ ଦେଖି ବିଭାଗ ଦ୍ବିତୀୟ ପର୍ଯ୍ୟାୟ ଏବଂ ସ୍ପଟ୍ ନାମଲେଖା ପାଇଁ ବିଚାର କରିପାରେ ବୋଲି ଜଣାପଡ଼ିଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories