www.samajalive.in
Friday, December 12, 2025
16.1 C
Bhubaneswar

୧୨,୩୦୦ ଟଙ୍କାର ନକଲି ନୋଟ, ବାଇକ ସହ କମ୍ପ୍ୟୁଟର ପ୍ରିଣ୍ଟର ଜବତ

ବୁର୍ଲା : ଶିକ୍ଷାନଗରୀ ବୁର୍ଲା ସହରରେ ନକଲି ନୋଟର ରାକେଟକୁ ନେଇ ହଇଚଇ ସୃଷ୍ଟି ହେଇଥିବା ବେଳେ ବୁର୍ଲା ପୁଲିସ  ତିନିଜଣ ଅଭିଯୁକ୍ତଙ୍କୁ ଗିରଫ୍ କରିବା ସହିତ ୧୨ ହଜାର ୩୦୦ ନକଲି ନୋଟ ଜବତ କରିଛି । ତିନି ଅଭିଯୁକ୍ତ ହେଲେ ଶମ୍ଭୁ ଓରଫ ଚନ୍ଦନ ନନ୍ଦି, ଶ୍ୟାମସୁନ୍ଦର ସାହୁ ଏବଂ ମଧୁସୁଦନ ସୁନାଙ୍କୁ ପୁଲିସ ଏହି ନକଲି ନୋଟ କାରବାରରେ ଗିରଫ୍ କରିଛି । ସୂଚନା ଥାଉକି, ବୁର୍ଲା ବସଷ୍ଟାଣ୍ଡ ଅଞ୍ଚଳରୁ ଦୁଇଜଣ ଯୁବକ ଏକ ଅଟୋରେ ମେଡ଼ିକାଲ ପର୍ଯ୍ୟନ୍ତ ଯିବା ସହିତ ଏକ ୨୦୦ ଟଙ୍କିଆ ନୋଟ ଅଟୋ ଚାଳକକୁ ଭଡ଼ା ଆକାରରେ ଦେଇଥିଲେ । ମାତ୍ର ସେହି ୨୦୦ ଟଙ୍କିଆ ନୋଟଟି ନକଲି ବୋଲି ଜାଣିବା ପରେ ବୁର୍ଲା ପୁଲିସକୁ ଅଟୋ ଚାଳକ ଅବଗତ କରିଥିଲେ। ଗତକାଲି ପେଟ୍ରୋଲିଙ୍ଗ ଭ୍ୟାନ ସେଠାରେ ପହଞ୍ଚିବା ସହିତ ୧୨ ହଜାର ୩୦୦ ଟଙ୍କା ଜବତ କରିଛି। ଏହା ସହିତ ବିନା କୌଣସି ନମ୍ବର ପ୍ଲେଟ ଥିବା ଏକ କଳା ବାଜାଜ ପଲସର ବାଇକ ଜବତ କରିବା ସହିତ ବରଗଡ଼ ପଦମପୁର ଅଞ୍ଚଳର ଚନ୍ଦନ ନନ୍ଦି ଓରଫ୍ ଶମ୍ଭୁ ଏବଂ ଶ୍ୟାମସୁନ୍ଦର ସାହୁଙ୍କୁ ଗିରଫ୍ କରିଥିଲେ।

ଏହି ନକଲି ନୋଟ ମଧ୍ୟରେ ଦୁଇହଜାର ଟଙ୍କାର ତିନୋଟି, ପାଞ୍ଚଶହ ଟଙ୍କିକିଆ ୧୧ଟି ନୋଟ ଏବଂ ୪ଟି ୨୦୦ ଟଙ୍କିକିଆ ନକଲି ନୋଟ ରହିଛି । ସେପଟେ ଏହି ନକଲି ନୋଟ କାରବାର ବୁର୍ଲା ସହରରେ କେତେପୂର୍ବରୁ ଚାଲିଥିଲା ତାହା ସ୍ପଷ୍ଟ ହୋଇ ପାରି ନାହିଁ । ବୁର୍ଲା ଥାନାଧିକାରୀ କମଲ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ପୁଲିସ ଦଳ ଗଠିତ ହେଇ ବରଗଡ଼ ଗାଇସିଲେଟ ଶମ୍ଭୁ ଓରଫ୍ ଚନ୍ଦନ ନନ୍ଦି କହିବା ମୁତାବକ କେନ୍ଦୁମାଲର ମଧୁସୁଦନ ସୁନାଙ୍କୁ ଗିରଫ୍ କରିବା ସହିତ ମଧୁସୁଦନ ଠାରୁ ନକଲି ନୋଟ ତିଆରିରେ ବ୍ୟବହୃତ କମ୍ପ୍ୟୁଟର, ୟୁପିଏସ, ପ୍ରିଣ୍ଟର, କିବୋର୍ଡ଼, ଇପସନ ରଙ୍ଗ, ନକଲି ନୋଟ ତିଆରିରେ ବ୍ୟବହୃତ ପେପର ଜବତ କରିଥିଲେ। ଏହି ଚଢ଼ଉ ଅଭିଯାନ ଚାଲିଥିବା ସମୟରେ ଚନ୍ଦନ ନନ୍ଦି ଓରଫ୍ ଶମ୍ଭୁ ଗାଇସିଲେଟ ପୁଲିସ ହେପାଜତରୁ ଫେରାର ହେବାରେ ସକ୍ଷମ ହୋଇଥିଲା। ଏହାକୁ ନେଇ ଗାଇସିଲେଟ ଥାନାରେ ବୁଧବାର ଏକ ମାମଲା ରୁଜୁ ହୋଇଥିଲା । ପୁଣି ଆଜି ଗୁରୁବାର ଶମ୍ଭୁ ଧରାପଡ଼ିଥିଲା ।  ଏହା ସହିତ ପୁଲିସ ତରଫରୁ ଏହି ଘଟଣାରେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୋଜା ଚାଲିଥିବା ଏବଂ ଚେର କେଉଁ ପର୍ଯ୍ୟନ୍ତ ବ୍ୟାପିଛି ତାର ତଦନ୍ତ ଜାରି ରହିଥିବା ସମ୍ବଲପୁର ଏସପି ବି. ଗଙ୍ଗାଧର ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ।  ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟକୁ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି । ତେବେ ଶିକ୍ଷାନଗରୀ ବୁର୍ଲା ସହରରେ ଅସାମାଜିକ ତତ୍ତ୍ବଙ୍କ ଦୌରାତ୍ମ୍ୟ ଅନେକ ମାତ୍ରାରେ ବୃଦ୍ଧି ପାଇଥିବା ବେଳେ ପୁଣି ଏହି ନକଲି ନୋଟ କାରବାରର ରାକେଟ ସକ୍ରିୟ ହେବା ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି କରିଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories