www.samajalive.in
Saturday, December 6, 2025
26.1 C
Bhubaneswar

ହରଭଙ୍ଗା ବ୍ଲକ ମରୁଡିସ୍ଥିତି ପରଖିଲା ବିଜେପି କୃଷକ ମୋର୍ଚ୍ଚା ଟିମ୍

ହରଭଙ୍ଗା : ବୌଦ୍ଧ ଜିଲ୍ଲାରେ ଦେଖାଦେଇଥିବା ମରୁଡିସ୍ଥିତି ପରଖିବା ପାଇଁ ଭୁବନେଶ୍ୱରରୁ ବିଜେପି କୃଷକ ମୋର୍ଚ୍ଚାର ଏକ ୫ଜଣିଆ ପ୍ରତିନିଧି ଦଳ ହରଭଙ୍ଗା ବ୍ଲକର ଉଦେପୁର ଏବଂ ଶରଦ୍ଧାପୁର ଗ୍ରାମ ପରିଦର୍ଶନ କରିଥିବା ଜଣାପଡିଛି।ବ୍ଲକରେ ଦେଖାଦେଇଥିବା ଉତ୍କଟ ମରୁଡିରେ ଉଜୁଡିଯାଇଥିବା ଚାଷଜମିଗୁଡିକୁ ପ୍ରତିନିଧିଦଳ ସିଧାସଳଖ ପରିଦର୍ଶନ କରିଥିଲେ।ଏ ବିଷୟରେ ଚାଷୀଙ୍କ ସହିତ ଆଲୋଚନା କରିଥିବା ଜଣାପଡିଛି।ମହାନଦୀକୂଳରେ ଅବସ୍ଥିତଥିବା ହରଭଙ୍ଗା ବ୍ଲକର ହଜାର ହଜାର ହେକ୍ଟର ଚାଷଜମି ଜଳସେଚନ ସୁବିଧାରୁ ବଂଚିତ ହୋଇରହିଛି।ଫଳରେ ପ୍ରତିବର୍ଷ ମରୁଡିରେ ଚାଷ ନଷ୍ଟ ହେବା ସହିତ ଚାଷୀର ଆର୍ଥୀକକ୍ଷତି ଘଟୁଥିବା ଚାଷୀମାନେ ପ୍ରତିନିଧି ଦଳର ଦୃଷ୍ଟି ଆକର୍ଷଣ କରିଥିଲେ।ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଧଳପୁରଠାରେ ପ୍ରସ୍ତାବିତ ମେଗା ଉଠାଜଳସେଚନ ପ୍ରକଳ୍ପକୁ ତରୁନ୍ତ କାର୍ଯ୍ୟକାରୀ କରିବାକୁ ଚାଷୀମାନେ ପ୍ରତିନିଧିଦଳର ଦୃଷ୍ଟି ଆକର୍ଷଣ କରିଥିଲେ।ଏହାକୁ ତୁରନ୍ତ ସଠିକ୍ ସ୍ଥାନରେ କାର୍ଯ୍ୟକାରୀ କରିବା ପାଇଁ ଟିମ୍ ପ୍ରତିଶ୍ରୁତି ଦେଇଥିଲେ।ବିଜେପିର କୃଷକ ମୋର୍ଚ୍ଚା ପ୍ରତିନିଧି ଦଳରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରଞ୍ଜନ ପଟେଲ,ରମା ରଞ୍ଜନ ବଳିଆରସିଂ, ବିରଚିଂ ତ୍ରୀପାଠି, ଲକ୍ଷ୍ମଣ ବାଗ,ସୂର୍ଯ୍ୟନାରାୟଣ ମହାପାତ୍ର,ଶମ୍ଭୁ ପ୍ରଧାନ ପ୍ରମୁଖ ସାମିଲଥିଲେ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories