www.samajalive.in
Thursday, December 11, 2025
16.1 C
Bhubaneswar

ଚକ୍ଷୁ ଦାନ ପାଇଁ ସଚେତନତା ସୃଷ୍ଟି କରୁଛି ଏଲଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ

ପ୍ରତିବର୍ଷ ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୮ ମଧ୍ୟରେ ଜାତୀୟ ଚକ୍ଷୁ ଦାନ ପକ୍ଷ ପାଳନ କରାଯାଉଥିବା ବେଳେ ଏ କ୍ଷେତ୍ରରେ ସଚେତନତା ସୃଷ୍ଟି ପାଇଁ ଆଗେଇ ଆସିଛି ଏଲଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ।ଏହାର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ଚକ୍ଷୁ ଦାନ ସମ୍ପର୍କରେ ସଚେତନ କରାଇବା ଓ ମୃତ୍ୟୁ ପରେ ଲୋକମାନଙ୍କୁ ଚକ୍ଷୁଦାନ ପାଇଁ ପ୍ରୋତ୍ସାହିତ କରିବା। ବର୍ଷସାରା ଏବଂ ନିର୍ଦ୍ଦିଷ୍ଟ ଭାବରେ ଏହି ପକ୍ଷରେ ଏଲଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ।

ଏକ ସୂଚନା ଅନୁଯାୟୀ, ଭାରତରେ ରହିଥିବା ୧୦ ନିୟୁତ ଦୃଷ୍ଟିହୀନଙ୍କ ମଧ୍ୟରୁ ୨ ନିୟୁତରୁ ଅଧିକ ଲୋକ କର୍ଣ୍ଣିଆ ଜନିତ ଦୃଷ୍ଟିହୀନତାରେ ପ୍ରଭାବିତ ଏବଂ ସେମାନଙ୍କ ମଧ୍ୟରୁ ୬୦%ଙ୍କ ବୟସ ୧୨ ବର୍ଷରୁ କମ୍। କର୍ଣ୍ଣିଆ ପ୍ରତିରୋପଣ ହେଉଛି କର୍ଣ୍ଣିଆ ଜନିତ ଦୃଷ୍ଟିହୀନତାକୁ ଦୂର କରିବା ପାଇଁ ଏକମାତ୍ର ମାଧ୍ୟମ ଯାହାକୁ ବ୍ୟକ୍ତିଙ୍କର ମୃତ୍ୟୁ କ୍ଷେତ୍ରରେ ତାଙ୍କ ଠାରୁ ଦାନ ମାଧ୍ୟମରେ ସଂଗୃହିତ ସୁସ୍ଥ କର୍ଣ୍ଣିଆର ପ୍ରତିରୋପଣ ମାଧ୍ୟମରେ କରାଯାଇଥାଏ।

- Advertisement -

ଭାରତରେ ଦୃଷ୍ଟିଶକ୍ତିର ପୁନଃସ୍ଥାପନରେ ଏଲଭିପିଇଆଇର ଚକ୍ଷୁବ୍ୟାଙ୍କ ନେଟୱର୍କ ସର୍ବବୃହତ୍ଅଟେ ଓ କର୍ଣ୍ଣିଆ ପ୍ରତିରୋପଣର ଅପେକ୍ଷା ସମୟକୁ ଏହା ବହୁମାତ୍ରାରେ ହ୍ରାସ କରିପାରିଛି ଏବଂ ୨୦୧୯ରେ ଏକ ଲକ୍ଷ କର୍ଣ୍ଣିଆ ସଂଗ୍ରହ କରିବାର ମାଇଲ ଖୁଣ୍ଟ ହାସଲ କରିଛି। ୪୦% କର୍ଣ୍ଣିଆକୁ ଦୃଷ୍ଟିଶକ୍ତିର ପୁନଃସ୍ଥାପନା ସର୍ଜରୀ ପାଇଁ ସାରା ଭାରତରେ ଆବଣ୍ଟିତ କରାଯାଇଛି ଯାହାକୁ ଏଲଭିପିଇଆଇ ନେଟୱାର୍କ ଚକ୍ଷୁବ୍ୟାଙ୍କ ପ୍ରଦାନ କରିଛନ୍ତି। ଏଲଭିପିଇଆଇ ଭୁବନେଶ୍ବର କ୍ୟାମ୍ପସରେ ଥିବା ଅତ୍ୟାଧୁନିକ ଦୃଷ୍ଟିଦାନ ଚକ୍ଷୁ ବ୍ୟାଙ୍କ ଓଡ଼ିଶା ଓ ଏହାର ପଡ଼ୋଶୀ ରାଜ୍ୟମାନଙ୍କରେ ଚକ୍ଷୁଦାନ ପ୍ରକ୍ରିୟାକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖିଛି ଯଦ୍ବାରାଏହି ଅଞ୍ଚଳକୁ କର୍ଣ୍ଣିଆ ଜନିତ ଦୃଷ୍ଟିହୀନତାରୁ ମୁକ୍ତ କରାଯାଇ ପାରିବ।

୧୯୮୭ ମସିହାରେ ପ୍ରତିଷ୍ଠିତ ଏଲଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନରେ ଚକ୍ଷୁ ଯତ୍ନ ସୁବିଧା ପ୍ରଦାନ କରାଯାଉଛି।ଏହା ସହିତ ଏହି ଅନୁଷ୍ଠାନ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସହିତ ମିଶି ଦୃଷ୍ଟି ସମସ୍ୟାକୁ ଦୂର କରିବାରେ କାର୍ୟ୍ୟ କରୁଛି।ଏହି ଅନୁଷ୍ଠାନର ଦଶଟି ସକ୍ରିୟ କ୍ଷେତ୍ର ଡାକ୍ତରୀ ସେବା, ଶିକ୍ଷା, ଗବେଷଣା, ଦୃଷ୍ଟିଶକ୍ତି ପୁନଃଥଇଥାନ, ଗ୍ରାମୀଣ ଓ ଗୋଷ୍ଠୀ ଚକ୍ଷୁସ୍ବାସ୍ଥ୍ୟ, ଚକ୍ଷୁବ୍ୟାଙ୍କିଂ, ସଚେତନତାର ପ୍ରସାର, ପଲିସି ପ୍ଲାନିଂ, ଦକ୍ଷତା ନିର୍ମାଣ, ନବୀନତା ଓ ଉତ୍ପାଦର ବିକାଶରେ ସକ୍ରିୟ ଭୂମିକା ଗ୍ରହଣ କରିଛି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories