ହରଭଙ୍ଗା : ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଠିଡିକାଯୋର ନିକଟରେ ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ଅଜଣାଗାଡି ଧକ୍କାରେ ଦୁଇଟି ଗାଈ,ଦୁଇଟି ବାଛୁରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଆଜି ସକାଳୁ ବ୍ଲକ ପ୍ରଶାସନ ସହାୟତାରେ ଉକ୍ତ ଗାଈ,ବାଛୁରୀକୁ ରାଜପଥରୁ ହଟାଯାଇଥିବା ଜଣାପଡିଛି। ସୂଚନା ଥାଉ କି ଗୋରୁ ମାଲ୍ଲିକଙ୍କ ବେପାରୁଆ କାର୍ଯ୍ୟକଳାପ ଯୋଗୁଁ ଜାତୀୟ ରାଜପଥ ଉପରେ ଅନେକ ବୁଲା ଗାଈ ଗୋରୁ ଦୁର୍ଘଟଣାରେ ଶୀକାର ହେଉଥିବା ଘଟଣା ବାରମ୍ବାର ନଜରକୁ ଆସୁଛି।ବୁଲା,ଗାଈ,ଗୋରୁଙ୍କ ପାଇଁ ପଂଚାୟତ ପକ୍ଷରୁ ଏକ କାଞ୍ଜିଆହୁଦା ନିର୍ମାଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି।
Popular Categories



