www.samajalive.in
Monday, December 8, 2025
14.1 C
Bhubaneswar

ଉଦ୍ୟାନ ବିଭାଗର ଅସହଯୋଗ ମନୋଭାବ ଅଭିଯୋଗ ; ଆନ୍ଦୋଳନକୁ ଓହ୍ଲାଇବ ଛତୁଚାଷୀ ମହାସଂଘ

ପିପିଲି: ପୁରୀ ଜିଲାର ଛତୁଚାଷୀଙ୍କ ପ୍ରତି ଉଦ୍ୟାନ ବିଭାଗର ବେଖାତିର ଓ ଅସହଯୋଗ ମନୋଭାବକୁ ନେଇ ଓଡିଶା ଛତୁ ଉତ୍ପାଦନକାରୀ ମହାସଂଘର ବୈଠକରେ ଉଦ୍‍ବେଗ ପ୍ରକାଶ ପାଇଛି। ଫଣି’ ବାତ୍ୟାରେ କ୍ଷତିଗ୍ରସ୍ତ ସମସ୍ତ ଛତୁଚାଷୀଙ୍କୁ ସଂପୂର୍ଣ୍ଣ ସହାୟତା ପ୍ରଦାନ କରାଯାଇନଥିବା ବେଳେ କେତେକ ଅଣଛତୁଚାଷୀଙ୍କୁ ସହାୟତା ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି। ଜିଲାର ଛତୁଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଗାମୀ ଦିନରେ ମହାସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସୂଚନା ମିଳିଛି।
ଓଡିଶା ଛତୁ ଉତ୍ପାଦନକାରୀ ମହାସଂଘର ରାଜ୍ୟ ସଭାପତି ପ୍ରଫେସର ଡ଼ଃ ଅଦ୍ୱେତ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ପିପିଲି ସ୍ଥିତ ଜଗନ୍ନାଥ କଲ୍ୟାଣମଣ୍ଡପ ଠାରେ ପୁରୀ ଜିଲା କମିଟିର ଏକ ଜରୁରୀ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାସଂଘର ରାଜ୍ୟ ସାଧାରଣ ସଂପାଦକ ପ୍ରକାଶ ଦାସ, ରାଜ୍ୟ ଉପସଭାପତି ସନ୍ତୋଷ କୁମାର ମିଶ୍ର, ରାଜ୍ୟ କୋଷାଧ୍ୟକ୍ଷ ସଞ୍ଜୟ ସ୍ୱାଇଁ, ପୁରୀ ଜିଲା ସଭାପତି ତ୍ରିନାଥ ଗୁରୁ ପ୍ରମୁଖ ଯୋଗଦେଇ ଛତୁଚାଷୀଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ। ଏହି ବୈଠକରେ ଜିଲାର ବିଭିନ୍ନ ବ୍ଲକରୁ ବହୁ ସଂଖ୍ୟାରେ ଛତୁଚାଷୀମାନେ ଯୋଗଦେଇ ସେମାନଙ୍କ ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ। ଫଣି’ ସହାୟତା ଅଦ୍ୟାବଧି ସମସ୍ତ ଛତୁଚାଷୀଙ୍କ ପାଖରେ ପହଞ୍ଚି ନଥିବା ବେଳେ ଉଦ୍ୟାନ ବିଭାଗର କେତେକ କର୍ମଚାରୀମାନେ ପ୍ରକୃତ ଛତୁଚାଷୀଙ୍କୁ ଉପେକ୍ଷା କରି କେତେକ ଅଣଛତୁଚାଷୀଙ୍କୁ ମନଇଚ୍ଛା ଅନୁଦାନ ବଣ୍ଟନ କରୁଥିବା ନେଇ ବୈଠକରେ ଚାଷୀମାନେ ଅଭିଯୋଗ କରିଥିଲେ। ଏହାଦ୍ୱାରା ପ୍ରକୃତ ଛତୁଚାଷୀମାନେ ସରକାରୀ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି। ଛତୁ ଉତ୍ପାଦନରେ ସମଗ୍ର ରାଜ୍ୟରେ ପୁରୀ ଜିଲା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଜିଲାର ୨ହଜାରରୁ ଉର୍ଦ୍ଧ ଚାଷୀଙ୍କର ଏହା ହେଉଛି ମୁଖ୍ୟ ଜୀବିକା। ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଉଥିବା ବେଳେ ସରକାରଙ୍କ ଉଦ୍ୟାନ ବିଭାଗର ମନମୁଖି ପରିଚାଳନା ଓ ଚାଷୀଙ୍କ ପ୍ରତି ବେଖାତିର ମନୋଭାବ ଯୋଗୁଁ ଛତୁଚାଷୀଙ୍କ ପାଇଁ ଆସୁଥିବା ସରକାରୀ ସହାୟତା ପାଇବାରେ ବାଧାସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ସରକାରଙ୍କ ପକ୍ଷରୁ ଛତୁଚାଷୀଙ୍କ ପାଇଁ କେଉଁ କେଉଁ ସହାୟତା ପ୍ରଦାନ କରାଯାଉଛି, ସେ ସଂପର୍କରେ ଜାଣିବା ପାଇଁ ମହାସଂଘର କର୍ମକର୍ତ୍ତାମାନେ ବିଭିନ୍ନ ସମୟରେ ସାକ୍ଷୀଗୋପାଳ ସ୍ଥିତ ଉପ-ଉଦ୍ୟାନ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ସୁଦ୍ଧା ସେଠାକାର କର୍ମଚାରୀମାନେ କୌଣସି ପ୍ରକାର ସହଯୋଗ କରୁନଥିବା ନେଇ ବୈଠକରେ ଅଭିଯୋଗ ହୋଇଥିଲା। ଏ ସଂପର୍କରେ ଲିଖିତ ଭାବେ ଉପ-ଉଦ୍ୟାନ ନିର୍ଦ୍ଦେଶକଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ତାହାର ଉତ୍ତର ଅଦ୍ୟାବଧି ମିଳିନଥିବା ନେଇ ବୈଠକରେ ସୂଚନା ଦିଆଯାଇଥିଲା। ଏ ସଂପର୍କରେ ରାଜ୍ୟ ମହାସଂଘ ପକ୍ଷରୁ ରାଜ୍ୟର ଉଚ୍ଚପଦସ୍ଥ କୃଷି ଅଧିକାରୀଙ୍କୁ ମଧ୍ୟ ଲିଖିତ ଭାବେ ଅବଗତ କରାଯାଇଛି। ଏହାକୁ ନେଇ ମହାସଂଘ ପକ୍ଷରୁ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories