www.samajalive.in
Wednesday, December 10, 2025
14.1 C
Bhubaneswar

ଦଳିତଙ୍କୁ ରାଜ୍ୟ ସରକାର ଧୋକା ଦେଉଛନ୍ତି : ଲାଲ ସିଂ ଆର୍ଯ୍ୟ

ଭୁବନେଶ୍ୱର : ଓଡିଶାରେ ଶାସକ ବିଜେଡି ଦଳିତଙ୍କ ଭୋଟରେ ଶାସନ କ୍ଷମତା ଅକ୍ତିଆର କରିଥିବାବେଳେ ସେମାନଙ୍କ ବିକାଶ ପାଇଁ ଆନ୍ତରିକତା ଦେଖାଉ ନାହିଁ ବୋଲି ବିଜେପି ଅଭିଯୋଗ କରିଛି।
ରବିବାର ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲ୍ ସିଂ ଆର୍ଯ୍ୟ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ଓଡିଶା ସରକାରଙ୍କ ତରଫରୁ ଦଳିତଙ୍କୁ ନ୍ୟାୟ ମିଳୁ ନାହିଁ। ଅଦ୍ୟାବଧି ରାଜ୍ୟରେ ଅନୁସୂଚିତ ଜାତି ଆୟୋଗ ଗଠନ କରା ନ ଯିବା ଦୁର୍ଭାଗ୍ୟଜନକ। ପକ୍କାଘର ତ ବହୁ ଦୂର କଥା, ଜମି ଖଣ୍ଡିଏ ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି। ରାଜ୍ୟରେ ଅଧିକାଂଶ ଅନୁସୂଚିତ ଜାତିର ଲୋକେ ଭୂମିହୀନ ହୋଇଥିବାରୁ ରାଜ୍ୟ ସରକାର ତୁରନ୍ତ ଚିହ୍ନଟ କରି ୨୦୨୨ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଢିହ ସହ ବାସଗୃହ ଯୋଗାଇ ଦିଅନ୍ତୁ। ସେ କହିଛନ୍ତି,ଦଳିତ ବିରୋଧୀ ମାମଲାରେ ଓଡିଶାରେ ଦଣ୍ଡବିଧାନ ହାର ଅତ୍ୟନ୍ତ ନଗଣ୍ୟ ଥିବାବେଳେ ଅଧିକାଂଶ ମାମଲାରେ ଅଭିଯୋଗ ଫର୍ଦ ଦାଖଲ କରାଯାଉନାହିଁ। ମୋର୍ଚ୍ଚାର ରାଜ୍ୟ ସଭାପତି ବିଭୁ ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଡ.ଭୋଲା ସିଂହ ପ୍ରମୁଖ ଉପସ୍ଥିତ ରହି ଦଳୀୟ ସଂଗଠନରେ ମୋର୍ଚ୍ଚାର ଭୂମିକା ଉପରେ ବିସ୍ତୃତ ଆଲୋଚନା କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories