www.samajalive.in
Wednesday, December 10, 2025
14.1 C
Bhubaneswar

ବଣର ମଲ୍ଲୀ ଏବେ ରାଜ୍ୟ ଓ ରାଜ୍ୟ ବାହାରେ ବାସୁଛି

ମୋହନା : ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୁଛି ରହିଛି ବିଭିନ୍ନ କଳା । ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ ଖାଲି ଚାଷ ବାସ ନୁହେଁ, ବିିିଭିନ୍ନ କ୍ଷେତ୍ରରେ ନିଜର ପାରାଦର୍ଶିତା ଦେଖାଇ ଆସିଛନ୍ତି ।  ସ୍ଥାନୀୟ ବ୍ଳକ ଅନ୍ତର୍ଗତ  ପୁଅ ରବି ଶଙ୍କର ମାଝୀ ପରିବାର କହିଲେ ଦୁଇ ଭାଇ ତିନି ଭଉଣୀ ବିଧବା ମା, ବିଧବା ବୁଢି ମା, ପିଲା ବେଳେ ରବି ଯେ କୋଣସି ଗୀତ ବାଜିଲେ ନୃତ୍ୟ ପାଇଁ ଜାଗି ଉଠନ୍ତି । ଅଡ଼ବା ଶିଶୁ ବିଦ୍ୟା ମନ୍ଦିରରେ ପଢିବା ସମୟରେ ସେ ନୃତ୍ୟ କରି ଆସୁଥିଲେ। ହେଲେ ବାପାଙ୍କ ଇଚ୍ଛା ଥିଲା ପୁଅ ସରକାରୀ ଚାକରି କରୁ, ହେଲେ ବ୍ରହ୍ମପୁର ରେ ପଡିବା ସମୟରେ ସାଙ୍ଗ ସାଥୀ ଙ୍କ ସାହାଯ୍ୟ ରେ୨୦୧୦ରେ ସେ ବ୍ରହ୍ମପୁର ରେ ଥିବା ଅଙ୍ଘଆହାର ନୃତ୍ୟ କଳା ଯୋଗ ଦେଇ ଜୟନ୍ତ ଆଚାର୍ଯ୍ୟଙ୍କ ଠାରୁ ଓଡିଶୀ ନୃତ୍ୟ ପରିବେଷଣ କରିବା ପାଇଁ ଶିକ୍ଷା ଗ୍ରହଣ କରିଥିଲେ। ୨୦୧୨ମସିହାରେ ତାଙ୍କୁ ବେଗୁନିଆପଡ଼ାରେ ଶିକ୍ଷକ ଭାବେ ନିଯୁକ୍ତ ପାଇଁ ପାଇଥିଲେ କିନ୍ତୁ ସେ ନାରାଜ ଥିଲେ ଚାକରି କରିବା ପାଇଁ ।ବାପା ଙ୍କ ଗାଳି ଶୁଣି ତିନି ଦିନ ଧରି ନ ଖାଇ ଘରେ କାନ୍ଦି ରହିଥିଲେ। କିଛି ଦିନ ପରେ ପରିବାର ଲୋକେ ବହୁ ବୁଝା ସୁଝା କରିବା ପରେ ଚାକିରୀ ରେ ଯୋଗ ଦେଇଥିଲେ। ପୁଣି ନୃତ୍ୟ ମଧ୍ୟ ଶିଖୁଥିଲେ।୨୦୧୨ରେ ଭୁବନେଶ୍ୱର ଠାରେ ଗୁରୁ ଦୁର୍ଗା ଚରଣ ରଣବୀରଙ୍କ ଠାରୁ ଶିକ୍ଷା ଗ୍ରହଣ କରି ରାଜ୍ୟ ଓ ରାଜ୍ୟ ବାହାରେ ଓଡିଶୀନୃତ୍ୟ କରି ବହୁ ସମ୍ମାନିତ ହୋଇଛନ୍ତି। ବର୍ତ୍ତମାନ ସେ ଡିଡି ଓଡ଼ିଆରେ ନୃତ୍ୟ ପରିବେଷଣ କରିଛନ୍ତି। ଯାହାକୁ ନେଇ ଏବେ ମୋହନା ବ୍ଲକ ଓ ଦମାଦୁଆ ବାସୀ ବହୁତ ଖୁସି ଏବଂ ଗର୍ବିତ। ରବିଶଙ୍କର କହିଛନ୍ତି ଯଦି ରାଜ୍ୟ ସରକାର ଆମ ଅଞ୍ଚଳରେ ବା ମୋହନା ବ୍ଲକରେ ଏକ ନୃତ୍ୟ କଳା କେନ୍ଦ୍ର କରିବେ। ତେବେ ଅଦବାସୀ ଅଞ୍ଚଳରେ ଲୁଛି ରହିଥିବା ବିଭିନ କଳା ରାଜ୍ୟ ଓ ରାଜ୍ୟ ବାହାରକୁ ଆସିପାରିବ ବୋଲି କହିଛନ୍ତି । ଅନ୍ୟପଟେ ସେ ଛୁଟି ଦିନରେ ନିଜ ଗ୍ରାମକୁ ଆସି ଚାଷ ବାସ କରିବା ସହ ପକ୍ଷୀ ମାନଙ୍କୁ ମଧ୍ୟ ପାଳନ କରି ପରିବାର ଚଳାଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories