www.samajalive.in
Tuesday, December 9, 2025
16.1 C
Bhubaneswar

ଅବସର ପ୍ରାପ୍ତ ଅଧ୍ୟକ୍ଷଙ୍କୁ ହତ୍ୟା

କନ୍ଦରପୁର : ସିଦ୍ଧେଶ୍ବରପୁର ଗ୍ରାମର ଅବସରପ୍ରାପ୍ତ ଅଧ୍ୟକ୍ଷ ସୁଦର୍ଶନ ଶତପଥୀ (୭୦)ଙ୍କୁ ଅତି ବିଭତ୍ସଭାବେ ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ପୁଲିସ ଘଟଣାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ଅର୍ଜୁନୀ ଜେନାକୁ ଅଟକ ରଖିଛି। ସୁଧ କାରବାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ଆଜି ସନ୍ଧ୍ୟାରେ ଶ୍ରୀ ଶତପଥୀ ଗ୍ରାମ ଛକରେ ଛିଡା ହୋଇଥିଲେ। ଏହି ସମୟରେ ଜଣେ କୌଣସି ଦୁର୍ବୃତ୍ତ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ସେ ଆହତ ହୋଇ ତଳେ ପଡି ଯାଇଥିଲେ। ଗ୍ରାମବାସୀ ଥାନାକୁ ଖବର ଦେବା ସହିତ କଟକ ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ସ୍ୱର୍ଗତ ଶତପଥି ପୂର୍ବରୁ କନ୍ଦରପୁର ମହାବିଦ୍ୟାଳୟ ଓ ପରେ ବାଲିକୁଦା ମହାବିଦ୍ୟାୟରେ ଅଧ୍ୟାପନା କରି ଚାକିରିରୁ ଅବସର ନେଇଥିଲେ। ଅବସର ପରେ ସେ ସିଦ୍ଧେଶ୍ବରପୁରଠାରେ ରହୁଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories