www.samajalive.in
Saturday, December 13, 2025
21.1 C
Bhubaneswar

ବୋଲେରୋ ଓଲଟି ୧୫ ଗୁରୁତର

କୋରାପୁଟ : କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ କାକିରିଗୁମ୍ମା ଆମ୍ବିଳିଆମ୍ବଗୁଡ଼ା ଶିବ ମନ୍ଦିର ନିକଟରେ ରବିବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  ଏକ ବୋଲେରୋ ଓଲଟି ପଡ଼ିବାରୁ ୧୫ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

- Advertisement -

ସୂଚନା ଅନୁଯାୟୀ ରବିବାର କୌଣସି ଏକ କାର୍ଯ୍ୟରେ ଯୋଗଦେବା ପାଇଁ ଜୟପୁର ଅଞ୍ଚଳର ୧୫ଜଣ ଏକ ବୋଲେରୋରେ ଦଶମନ୍ତପୁରକୁ ଯାଇଥିଲେ । ସେଠାରୁ କାମ ସାରି ଫେରୁଥିବାବେଳେ କାକିରିଗୁମ୍ମା ଆମ୍ବିଳିଆମ୍ବଗୁଡ଼ା ଶିବ ମନ୍ଦିର ନିକଟରେ ଆଗପଟୁ ଆସୁଥିବା ଏକ ଗାଡ଼ିର ଲାଇଟ ପଡ଼ିଯିବାରୁ ଚାଳକ ନିୟନ୍ତ୍ରଣ ହରାଇଥିଲେ। ଫଳରେ ବୋଲେରୋଟି ତଳକୁ ଖସି ପଡ଼ିଥିଲା। ବୋଲୋରୋଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ ସେଥିରେ ଥିବା ୧୫ଜଣ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣାର ଶବ୍ଦ ଓ ଚିତ୍କାର ଶୁଣି ପାଖ ଗାଁ ଲୋକେ ତୁରନ୍ତ ପହଞ୍ଚି ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ଓ ଅନ୍ୟ ଗାଡ଼ି ଯୋଗେ କୋରାପୁଟସ୍ଥିତ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ବିଳମ୍ବରେ କାକିରିଗୁମ୍ମା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିଟିକୁ ଜବତ କରି ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ବିଳମ୍ବିତ ରାତି ହୋଇଯାଇଥିବା ଯୋଗୁଁ ସବିଶେଷ ତଥ୍ୟ ହସ୍ତଗତ ହୋଇପାରିନାହିଁ।  ସମସ୍ତଙ୍କ ଚିକିତ୍ସା ଜାରି ରହିଥିଲେ ହେଁ ମୃତାହତ ନେଇ କୌଣସ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ସ୍ଥାନୀୟ ଅଞ୍ଚଳରେ ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories