www.samajalive.in
Saturday, December 13, 2025
21.1 C
Bhubaneswar

ଉନ୍ନତ କିସମର ଗୁଡ଼ ପ୍ରସ୍ତୁତି ତାଲିମ ଶିବିର

ନବରଙ୍ଗପୁର :  ବିଜ୍ଞାନ ଓ କାରିଗରୀ ବିଦ୍ୟା ପ୍ରକଳ୍ପ ମାଧ୍ୟମରେ ଭାରତୀୟ ପେଟ୍ରୋଲିୟମ୍ ସଂସ୍ଥାନ, ଡେରାଡୁନ ଓ ଆଇ ଏମ୍ ଏମ୍ ଟି ଭୁବନେଶ୍ୱର ପକ୍ଷରୁ ନବରଙ୍ଗପୁର ବ୍ଲକର ଚୁରାହାଣ୍ଡି  ଠାରେ ଉନ୍ନତ ମାନର ଗୁଡ ପ୍ରସ୍ତୁତ ତାଲିମ କାର୍ଯକ୍ରମ ଅନୁଷ୍ଟିତ ହୋଇଛି। ଭାରତୀୟ ପେଟ୍ରୋଲିୟମ୍ ସଂସ୍ଥାନ ଡେରାଡୁନ ପକ୍ଷରୁ ଚୁରାହାଣ୍ଡି  ଠାରେ ଉନ୍ନତ ଧରଣର ଆଖୁ ଭାଟି ସ୍ଥାପନ କରାଯାଇଛି।  ଏହି ଭାଟିରେ  ଶତକଡ଼ା ୨୫ ଭାଗ ଜାଳେଣୀ ଖର୍ଚ୍ଚ କମ୍ ହୋଇ ପରିବା ସଙ୍ଗେ ସଙ୍ଗେ ଶତକଡା ୧୫ ଭାଗ ଉତ୍ପାଦନ କ୍ଷମତା ବୃଦ୍ଧି ପାଇ ପାରିବ ବୋଲି ଭର୍ଚ୍ଚୁଆଲ ମାଧ୍ୟମରେ ଯୋଡ଼ି ହୋଇ ଭାରତୀୟ ପେଟ୍ରୋଲିୟମ୍ ସଂସ୍ଥାନ ଡେରାଡୁନର ପ୍ରଧାନ ବୈଜ୍ଞାନିକ ଡଃ ପଙ୍କଜ କୁମାର ଆର୍ଯ୍ୟ ମତବ୍ୟକ୍ତ କରିଛନ୍ତି ।
 ଆଇ ଏମ୍ ଏମ୍ ଟି ଭୁବନେଶ୍ୱରର ବରିଷ୍ଟ ବୈଜ୍ଞାନିକ ଡଃ ଦେବବ୍ରତ ସିଂ ଯୋଗ ଦେଇ ଏହି ଉନ୍ନତ ଧରଣର ଭାଟିରେ ଦିନକୁ ଏକ ଟନ୍ ପର୍ଯ୍ୟନ୍ତ ଗୁଡ ପ୍ରସ୍ତୁତ ହୋଇ ପାରିବ ବୋଲି କହିଥିଲେ। ଏହି ନବନିର୍ମିତ ଆଖୁ ଭାଟି ସ୍ଥାପନ ଦ୍ଵାରା ପରିବେଶ ସୁରକ୍ଷା ହୋଇପାରିବ ବୋଲି ଭାରତୀୟ ପେଟ୍ରୋଲିୟମ୍ ସଂସ୍ଥାନ ଡେରାଡୁନର ବରିଷ୍ଠ ବୈଷୟିକ ଅଧିକାରୀ ସତିଶ୍ କୁମାର କହିଥିଲେ। ଏହି କାର୍ଯ୍ୟକ୍ରମରେ ଚୁରା ହାଣ୍ଡି ଗ୍ରାମର ୨୫ ଜଣ ଆଖୁ ଚାଷୀ ଯୋଗ ଦେଇଥିଲେ । ଏହି ତାଲିମ କାର୍ଯ୍ୟକ୍ରମକୁ ଆଇ ଏମ୍ ଏମ୍ ଟି ର ବୈଷୟିକ ଅଧିକାରୀ  ଏସ୍ .କେ ଶାନ୍ତି  ପରି ଚାଳନା କରିଥଲେ l

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories