www.samajalive.in
Saturday, December 13, 2025
26.1 C
Bhubaneswar

୭ ବର୍ଷ ପୂରଣ କଲା ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା

ଦେଶର ସମସ୍ତଙ୍କୁ ଆର୍ଥିକ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଆଜି ୭ ବର୍ଷ ପୂରଣ କରିଛି । ୨୦୧୪ ମସିହା ଆଜିର ଦିନରେ ଏହି ଯୋଜନା ଆରମ୍ଭ କରାଯାଇଥିଲା। ଦେଶର ଲୋକମାନଙ୍କୁ ବ୍ୟାଙ୍କିଙ୍ଗ୍‍ ସୁବିଧା ଯୋଗାଇ ଦେବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଥିଲା। ଏହି ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା ୭ ବର୍ଷ ପୂରଣ କରିବା ସହ ଲୋକମାନଙ୍କର ଜୀବନରେ ଅନେକ ପରିବର୍ତ୍ତନ ଆସିପାରିଛି । ଦେଶର ଜନସାଧାରଣଙ୍କୁ ଆର୍ଥିକ ବ୍ୟବସ୍ଥା ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇ ସମାଜର ତଳସ୍ତରର ଲୋକ ପର୍ଯ୍ୟନ୍ତ ଆର୍ଥିକ ସହାୟତା ପହଞ୍ଚାଯାଇ ପାରିଛି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନାରେ ବ୍ୟାଙ୍କ ସୁବିଧା ପାଉନଥିବା ଲୋକମାନଙ୍କୁ ବ୍ୟାଙ୍କ ସେବା ଯୋଗାଇବା, ଆର୍ଥିକ ଦୃଷ୍ଟିରୁ ଅସୁରକ୍ଷିତ ଲୋକମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ଓ ଆର୍ଥିକ ଅନଗ୍ରସର ମାନଙ୍କୁ ସହାୟତା କରିବା ଭଳି ସଫଳତା ହାସଲ କରାଯାଇଛି। ସେହିପରି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାଗବତ କରାଡ କହିଛନ୍ତି ଏହି ଯୋଜନା କେବଳ ଦେଶ ମଧ୍ୟରେ ନୁହେଁ, ବିଦେଶରେ ମଧ୍ୟ ସମସ୍ତଙ୍କୁ ଆର୍ଥିକ ବ୍ୟବସ୍ଥା ମଧ୍ୟକୁ ଆଣିବାରେ ସଫଳ ହୋଇଛି ।
ଯୋଜନା ଅଧୀନରେ କୌଣସି ବିଶେଷ କାଗଜପତ୍ର କାମ ବିନା ଲୋକମାନଙ୍କର ବ୍ୟାଙ୍କ ଜମାଖାତା ଖୋଲା ଯାଇଛି । ଟଙ୍କା ଉଠାଣ ପାଇଁ ଡେବିଟ୍‍ କାର୍ଡର ସୁବିଧା ଦିଆଯିବା ସହ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ଯୋଗାଇ ଦିଆଯାଉଛି । ଏତଦ୍‍ ବ୍ୟତୀତ କ୍ଷୁଦ୍ର ବୀମା, ଓଭର୍‍ ଡ୍ରାଫ୍ଟ ଓ କ୍ଷୁଦ୍ର ପେନ୍‍ସନ୍‍ ଭଳି ଆର୍ଥିକ ସୁବିଧା ମାନ ଏଥିରେ ଯୋଗାଇ ଦିଆଯାଉଛି । ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା ଅଧୀନରେ ଜମା ଖାତାଧାରୀଙ୍କ ସଂଖ୍ୟା ୩ ଗୁଣ ବୃଦ୍ଧି ପାଇ ୨୦୧୫ ମାର୍ଚ୍ଚ ମାସରେ ୧୪ କୋଟି  ୭୨ ଲକ୍ଷରୁ ଗତ ୧୮ ତାରିଖ ସୁଦ୍ଧା ୪୩ କୋଟି ୪ ଲକ୍ଷରେ ପହଞ୍ଚିଛି । ଶତକଡ଼ା ୫୫ ଭାଗ ଜନ-ଧନ ଖାତାଧାରୀ ମହିଳା ଥିବା ବେଳେ ଶତକଡ଼ା ୬୭ ଭାଗ ଗ୍ରାମାଞ୍ଚଳ ଓ ଛୋଟ ଛୋଟ ସହରାଞ୍ଚଳରୁ ରହିଛନ୍ତି । ଏପର୍ଯ୍ୟନ୍ତ ୩୧ କୋଟି ରୂପେ ଡେବିଟ୍‍ କାର୍ଡ ଯୋଗାଇ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା ଜନକୈନ୍ଦ୍ରିକ ଅର୍ଥନୈତିକ ବିକାଶର ଭିତ୍ତିଭୂମି ପକାଇଛି । କୋବିଡ ଲକ୍‍ଡାଉନ୍‍ର ୧୦ ଦିନ ଭିତରେ ୨୦ କୋଟି ମହିଳା ଜନ-ଧନ ଖାତାଧାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ୩୧ ହଜାର କୋଟି ଟଙ୍କା ଜନଧନ ଖାତାଧାରୀ ମାନଙ୍କ ପାଖକୁ ପଠାଯାଇ ପାରିଛି । ୫ କୋଟି ୧୦ ଲକ୍ଷ ଖାତାଧାରୀ ସରକାରଙ୍କ ବିଭିନ୍ନ ଯୋଜନାର ଲାଭାର୍ଥୀ ଏହା ମାଧ୍ୟମରେ ପାଇଛନ୍ତି । ଏହା ଗ୍ରାମାଞ୍ଚଳର ଗରିବ ଲୋକମାନଙ୍କୁ ସାହୁକାର ମାନଙ୍କ କବଳରୁ ରକ୍ଷା କରିପାରିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories