ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭହେଲାଣି କ୍ଷେତ୍ରପ୍ରସ୍ତୁତି: ସବୁଦଳର ପ୍ରାର୍ଥୀଖୋଜା, ସିଟ୍ ଅଦଳବଦଳ ଉପରେ ସମସ୍ତଙ୍କ ନଜର

ହରଭଙ୍ଗା:ପାଖେଇ ଆସିଲାଣି ପଂଚାୟତ ନିର୍ବାଚନ।ମାର୍ଚ୍ଚରେ ନିର୍ବାଚନହେବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।ଏହାକୁ ଦୃଷ୍ଟିରେ ରଖି ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ ପଂଚାୟତ ନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀମାନେ ନିଜ କ୍ଷେତ୍ର ପ୍ରସ୍ତୁତ ପାଇଁ ରଣନୀତି ଆରମ୍ଭ କଲେଣି।ବିଜେଡି ,ବିଜେପି ,କଂଗ୍ରେସ ଭଳି ସବୁ ଦଳର ପ୍ରାଥ୍ରୀଖୋଜା ପ୍ରିକିୟା ଆରମ୍ଭ ହେଲାଣି।ମାତ୍ର ସରପଂଚ ସିଟ ଅଦଳବଦଳ ଉପରେ ସଭିଙ୍କ ନଜର କେନ୍ଦ୍ରୀଭୂତ ହୋଇଛି।ଫଳରେ ଗ୍ରାମଚଂଳରେ ରାଜନୈତିକ ବାତାବରଣର ଆଭାସ ମଧ୍ୟ ଅନୁଭବ ହେଲାଣି।ନିର୍ବାଚିତ ପ୍ରତିନିଧିମାନେ ନିଜର ଗଡରକ୍ଷା ପାଇଁ ପୂର୍ବ ଅପେକ୍ଷା ବର୍ତମାନ ଲୋକଙ୍କ ସୁଖ ,ଦୁଃଖରେ ଭାଗୀଦାରୀ ଭଳି ରଜନୈତିକ କାର୍ଯ୍ୟ ଆରମ୍ଭ କଲେଣି।ଏଥିରୁ ପଂଚାୟତ ନିର୍ବାଚନ କ୍ଷେତ୍ରପ୍ରସ୍ତୁତି ଉପରେ ପୂର୍ବାଭାସକୁ ଅନୁମାନ କରିହେଉଛି।ସବୁଠୁ ବଡକଥାହେଲା ଗତଥର ପଞ୍ଚାୟତ ନିର୍ବାଚନରେ ନିର୍ବାଚିତ ସରପଂଚ ,ସମିତି ସଭ୍ୟ, ଓାର୍ଡସଭ୍ୟ, ଜିଲ୍ଲାପରିଷଦ ସଭ୍ୟ ତାଙ୍କ ନିଜ , ଓାର୍ଡ, ପଞ୍ଚାୟତର ବିକାଶ ଏବଂ ଜନସାଧାରଣଙ୍କ ସମସ୍ୟା ଦିଗରେ ତାଙ୍କର କେତେଭାଗିଦାରୀ ରହିଛି ତାକୁ ନେଇ ଏବେଠାରୁ ସାଧାରଣ ଜନତାଙ୍କ ମଧ୍ୟରେ ଅଙ୍କକଷା ଭଳି ଜୋରସୋର ଆଲୋଚନା ଚାଲିଛି।

ଆସନ୍ତା ପଞ୍ଚାୟତ ନିର୍ବାଚନରେ ଅଧିକାଂଶ ପଂଚାୟତର ସରପଂଚ,ସମିତିସଭ୍ୟ,ଓାର୍ଡସଭ୍ୟ ସିଟ ଅଦଳବଦଳ ହେବା ଏକପ୍ରକାର ନିଶ୍ଚିତ। ବର୍ତମାନ ଏହି ପ୍ରସଙ୍ଗ ଅନେକ ନିର୍ବାଚିତ ଜନପ୍ରତିନିଧିମାନଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି। ଖାଲି ସେତିକି ନୁହେଁ କରୋନା ଭଳି ବିପତି ସମୟରେ ଫେରନ୍ତା ଶ୍ରମିକଙ୍କ ରୋଜଗାର ଉପରେ ପଂଚାୟତ ସରପଂଚମାନେ ସେମାନଙ୍କୁ କାମଧନ୍ଦା ଯୋଗାଇବାରେ କେତେ ଫଳପ୍ରଦ ହୋଇଛନ୍ତି ସେଭଲି ପ୍ରସଙ୍ଗ ଆସନ୍ତା ନିର୍ବାଚନରେ ଏକ ବଡ ପ୍ରସଙ୍ଗ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏହା ସହିତ ବିଭିନ୍ନ ପଂଚାୟତରେ ଚାଲିଥିବା ଆଖିବୁଜା ଦୁର୍ନୀତି ଉପରେ ବିରୋଧି ଏହାକୁ ଏକ ଅସ୍ତ୍ରଭାବେ ନିଶାଣ କରିବା ପାଇଁ ତଥ୍ୟ ଯୋଗାଡରେ ଲାଗିପଡିଥିବା ମଧ୍ୟ ଆଲୋଚନା ହେଉଛି।ଏଥର ନିର୍ବାଚନରେ ପୋଷ୍ଟର ,ପ୍ରଚାର ଅପେକ୍ଷା ସାମାଜିକ ଗଣମାଧ୍ୟମ ପ୍ରଚାରର ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ଏବେଠାରୁ କ୍ଷେତ୍ର ପ୍ରସ୍ତୁତ ଚାଲିଥିବା ବେଶ ଆଲୋଚନା ହେଉଛି। ସୂଚନା ଥାଉକି ୨୨ପଂଚାୟତ ବିଶିଷ୍ଟ ହରଭଙ୍ଗା ବ୍ଲକରେ ୨୦୧୧ ଜନଗଣନା ଅନୁସାରେ ଲୋକସଂଖ୍ୟା-୧ଲକ୍ଷ, ୨୬ହଜାର୮୩୪ ରହିଛି। ୩୫୪ ରାଜସ୍ୱ ଗାଁ ରହିଛି। ଘର ସଂଖ୍ୟା ରହିଛି ୩୦ହଜାର ୮୧୧। ସେଥିରୁ ବି.ପି.ଏଲ ପରିବାର ସଂଖ୍ୟା-୨୧ହଜାର୧୪୯ ଏ.ପିଲ ସଂଖ୍ୟା-୭ହଜାର ୫୧୮ ବ୍ଲକରେ ସାକ୍ଷରତା ସଂଖ୍ୟା ୬୪.୩୮ ପ୍ରତିଶ୍ରତ ରହିଥିବାବେଳେ ମହିଳାଙ୍କ ସଂଖ୍ୟା-୩୪ହଜାର୨୩୨, ପୁରୁଷ ସଂଖ୍ୟା- ୪୭ହଜାର ୪୩୨ ରହିଛି।

Comments are closed.