ବାଇକ୍ ଧକ୍କାରେ ବୃଦ୍ଧ ମୃତ

ରେଙ୍ଗାଲିକ୍ୟାମ୍ପ: ଅନ୍ୟର ଭୁଲ୍ ପାଇଁ ଅମୂଲ୍ୟ ଜୀବନ ନଷ୍ଟ ହୋଇଯାଉଛି, ତଥାପି ଲୋକ ସଚେତନ ନୁହନ୍ତି। ଆଜିକାଲି ବାଇକ୍ ଚାଳକ ମାନେ ଦ୍ରୁତ ଗତିରେ ବାଇକ୍ ଚଳାଉଛନ୍ତି , ଯାହାର ପରିଣାମ ସ୍ବରୂପ ନିରୀହ ଲୋକଙ୍କର ଅମୂଲ୍ୟ ଜୀବନ ନଷ୍ଟ ହେଉଛି। ଏମିତି ଗତ ଗୁରୁବାର ଦିନ ଭେଡେନ କଲେଜ ଛକରେ ଜଣେ ବୃଦ୍ଧ ଚାଲି ଯାଉଥିବା ସମୟରେ ପଛପଟରୁ ଦ୍ରୁତଗାମୀ ବାଇକ୍ ତାଙ୍କୁ ଧକ୍କା ଦେଇ ଫେରାର ମାରିଥିଲା। ବ୍ୟକ୍ତି ଜଣକ ନୁଆପାଳିର ଗୋପାଳ ପ୍ରଧାନ (୬୫) ବୋଲି ଜଣାପଡିଛି। ବ୍ୟକ୍ତି ଜଣକ ଯନ୍ତ୍ରଣା ରେ ଚିତ୍କାର କରିଥିଲେ।

ଆଖପାଖର ଲୋକେ ଏହା ଶୁଣି ଧାଇଁ ଆସି ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବୁର୍ଲା ଡାକ୍ତରଖାନାକୁ ନେଉଥିଲେ। କିନ୍ତୁ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପରେ ତାଙ୍କର ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ବରଗଡ ପଠାଯାଇଥିଲା । ତେବେ ଏ ନେଇ ଭେଡେନ ଥାନାରେ କେସ ନଂ ୧୮୭/୨୧ରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି।

Comments are closed.