www.samajalive.in
Tuesday, December 9, 2025
15.1 C
Bhubaneswar

ପଲିଥିନରେ କାଙ୍କଡ ଚାଷ କୌଶଳ ଶୀର୍ଷକ ପ୍ରଶିକ୍ଷଣ ଶିବିର

ପିପିଲି : କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ପରିସରସ୍ଥ ଖୋର୍ଦ୍ଧା କୃଷିବିଜ୍ଞାନ କେନ୍ଦ୍ର ଠାରେ ଗ୍ରାମାଞ୍ଚଳର ତଫସିଲଭୁକ୍ତ ଜାତିର ଯୁବକମାନଙ୍କ ନିମନ୍ତେ ‘ ପଲିଥିନରେ କାଙ୍କଡ଼ ଚାଷ କୌଶଳ’ ଶୀର୍ଷକ ଏକ ୫ ଦିନିଆ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର କୋଭିଡ୍ ଗାଇଡଲାଇନ ଅନୁପାଳନ ପୂର୍ବକ ଉଦ୍‍ଘାଟିତ ହୋଇଯାଇଛି। ଏଥିରେ ଆଇସିଏଆର୍ ସମେତ ଓଡିଶା କୃଷି ବିଶ୍ୱବିଦ୍ୟାଳୟର ବରିଷ୍ଠ ବୈଜ୍ଞାନିକ ଓ ରାଜ୍ୟ କୃଷି ବିଭାଗର ଅଧିକାରୀମାନେ ଯୋଗଦେଇ ଶିବିରାର୍ଥୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଥିବା ସୂଚନା ମିଳିଛି।
ସିଫାର ନିର୍ଦ୍ଦେଶକ ଡଃ ସରୋଜ କୁମାର ସ୍ୱାଇଁ ଏହି ଶିବିରକୁ ଉଦ୍‍ଘାଟନ କରିବା ଅବସରରେ ସିଫା ପକ୍ଷରୁ କୃଷକମାନଙ୍କୁ ସମସ୍ତ ପ୍ରକାର ବୈଷୟିକ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି  ଦେଇଥିଲେ। କୋଭିଡ ମହାମାରୀ ସମୟରେ କୃଷକମାନଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ସାହାଯ୍ୟ ଓ ସହଯୋଗ କରୁଥିବାରୁ ଖୋର୍ଦ୍ଧା କୃଷି ବିଜ୍ଞାନ କେନ୍ଦ୍ରକୁ ସେ ଭୂୟସୀ ପ୍ରଶଂସା କରିବା ସହ ନିଜର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ଖୋର୍ଦ୍ଧା ଜିଲାର କୃଷକମାନେ ଅତ୍ୟାଧୁନିକ କୃଷି ଜ୍ଞାନକୌଶଳକୁ ଆପଣେଇବାକୁ ଡ଼ଃ ସ୍ୱାଇଁ ପରାମର୍ଶ ଦେଇଥିଲେ।
ଖୋର୍ଦ୍ଧା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ତଥା ପ୍ରଶିକ୍ଷଣ ସଂଯୋଜକ ଡଃ ଏସ୍. ଏସ୍. ଗିରି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଦକ୍ଷତା ବିକାଶର ଲକ୍ଷ୍ୟ ଓ ପରିସର ସଂପର୍କରେ ବିଷଦ ଭାବେ ସୂଚନା ଦେବା ସହ ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଯୁବକମାନଙ୍କ ଆତ୍ମନିଯୁକ୍ତି ଓ ଗ୍ରାମୀଣ ଜୀବିକା ନିର୍ବାହକୁ ଅଧିକ ସଶକ୍ତ କରିବ ବୋଲି ଆଶା ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବେ ସିଫାର ମୁଖ୍ୟ ପ୍ରଶାସନିକ ଅଧିକାରୀ ବି. କେ. ସିହ୍ନା ନିଜର ବକ୍ତବ୍ୟ ରଖିଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପାଠ୍ୟକ୍ରମ ନିର୍ଦ୍ଦେଶକ ଅଜୟ କୁମାର ଦାଶ ପଲିଥିନରେ କାଙ୍କଡ଼ ଚାଷର ଉପଯୋଗୀତା ବିଷୟରେ ବର୍ଣ୍ଣନା କରିବା ସହିତ ଏହି ଆଧୁନିକ ଜ୍ଞାନକୌଶଳର ପ୍ରୟୋଗରେ କୃଷି ଉତ୍ପାଦନ ବଢ଼ିବା ସହ କୃଷକର ରୋଜଗାର ମଧ୍ୟ ବଢ଼ିବ ବୋଲି ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେଭିକେର ଏସ୍.ସିଂ, ଡଃ ବି.କେ. ବାଞ୍ଜା, ପି.ଆର୍. ସାହୁ, ଏସ୍.ବେହେରା, ଡଃ ଏଚ୍. ନାୟକ ଏବଂ ସହଯୋଗୀ ପ୍ରଶାସନିକ ଅଧିକାରୀ ଜି.ଭଞ୍ଜ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories