www.samajalive.in
Friday, December 12, 2025
14.1 C
Bhubaneswar

ଇନିଂସ ପରାଜୟ ଏଡ଼ାଇବାକୁ ଭାରତର ସଂଘର୍ଷ

ହେଡିଂଲି: ଚେତେଶ୍ବର ପୂଜାରା ଓ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ବଳରେ ହେଡିଂଲିରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚରେ ଇନିଂସ ପରାଜୟ ଏଡାଇବାକୁ ଭାରତୀୟ ବ୍ୟାଟ୍‌ସମ୍ୟାନ ସଂଘର୍ଷ ଜାରି ରଖିଛନ୍ତି। ଇନିଂସ ପରାଜୟ ଏଡାଇବାକୁ ଭାରତକୁ ୩୫୪ରନ ଆବଶ୍ୟକତା ଥିବାବେଳେ ଦଳ ଦ୍ବିତୀୟ ଇନିଂସରେ ରିପୋର୍ଟ ଲେଖା ବେଳକୁ ୨ ୱିକେଟ ହରାଇ ୨୧୫ ରନ କରିଛି। ଭାରତ ହାତରେ ଆଉ ୮ ୱିକେଟ ରହିଥିବା ବେଳେ ଆବଶ୍ୟକତା ରହିଥିବାବେଳେ ଇନିଂସ ପରାଜୟ ଏଡାଇବାକୁ ୧୩୯ ରନ ଆବଶ୍ୟକତା ରହିଛି।

ପ୍ରଥମ ଇନିଂସରେ ୭୮ରନରେ ଆଉଟ୍‌ ହୋଇଥିବା ଭାରତକୁ ଇନିଂସ ପରାଜୟ ଏଡାଇବା ପାଇଁ ଦ୍ବିତୀୟ ଇନିଂସରେ ୩୫୪ରନ ଆବଶ୍ୟକତା ଥିଲା। ଦୁଇ ଓପନର ଲୋକେଶ ରାହୁଲ ଓ ରୋହିତ ଶର୍ମା ସତର୍କତାର ସହିତ ଇନିଂସ ଆରମ୍ଭ କରିଥିଲେ। ଉଭୟେ ୧୮ ଓଭର ପର୍ଯ୍ୟନ୍ତ କୌଣସି ୱିକେଟ ଦେଇନଥିଲେ। ମଧ୍ୟାହ୍ନ ବିରତିର ଶେଷ ବଲ ପୂର୍ବରୁ ରାହୁଲଙ୍କ ୱିକେଟ ହରାଇଥିଲା ଭାରତ। ସ୍କୋର ୩୪ରନ ଥିବାବେଳେ କ୍ରେଗ ଓଭରଟନଙ୍କ ବଲରେ ରାହୁଲ ୮ରନ କରି ବେୟାରଷ୍ଟୋଙ୍କ ହାତରେ କ୍ୟାଚ ଆଉଟ୍‌ ହୋଇଥିଲେ। ଦ୍ବିତୀୟ ୱିକେଟରେ ରୋହିତ ଓ ଚେତେଶ୍ବର ପୂଜାରା ଧୀରେଧୀରେ ଇନିଂସକୁ ଆଗକୁ ବଢାଇଥିଲେ। ଚା ପାନ ବିରତି ପର୍ଯ୍ୟନ୍ତ ପୂଜାରା ଓ ରୋହିତ ଭାରତ ପାଇଁ ଆଉ କୌଣସି କ୍ଷତି ପହଞ୍ଚାଇନଥିଲେ। ଉଭୟେ ଦ୍ବିତୀୟ ୱିକେଟ ଯୋଡ଼ିରେ ୮୨ରନ ଭାଗିଦାରୀ କରିଥିଲେ। ରୋହିତ ଦୃଢତାର ସହିତ ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ। ଚା ପାନ ବିରତି ପରେ ଇଂଲଣ୍ଡ ପୁନର୍ବାର ପ୍ରତ୍ୟାବର୍ତ୍ତନ କରିଥିଲା। ସ୍କୋର ୧୧୬ରନ ଥିବାବେଳେ ଓଲି ରବିନ୍‌ସନ୍‌ଙ୍କ ବଲରେ ରୋହିତ ଏଲବିଡବ୍ଲୁ ଆଉଟ୍‌ ହୋଇଥିଲେ। ରୋହିତ ୧୫୬ଟି ବଲ ଖେଳି ୭ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୫୯ରନ କରି ଆଉଟ୍‌ ହୋଇଥିଲେ। ରୋହିତଙ୍କ ୱିକେଟ ପରେ ଅଧିନାୟକ ବିରାଟ କୋହଲି ଓ ପୂଜାରା ସତର୍କତାର ସହିତ ଖେଳି ସ୍କୋରକୁ ଆଗକୁ ବଢାଇଥିଲେ। ପୂଜାରା ଗୋଟିଏ ପଟେ ୱିକେଟରେ ତିଷ୍ଟି ରହିବା ସହିତ ଚମତ୍କାର ସଟ୍‌ ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ। ପୂଜାରା ୯୧ ଓ ବିରାଟ କୋହଲି ୪୫ ରନ କରି ଖେଳୁଥିଲେ। ଇଂଲଣ୍ଡ ପକ୍ଷରୁ ରବିନ୍‌ସନ ଓ କ୍ରେଗ ଓଭରଟନ୍ ୧ଟି ଲେଖାଏଁ ୱିକେଟ ନେଇଛନ୍ତି।

- Advertisement -

ଇଂଲଣ୍ଡ ୨ୟ ଦିନର ଅସମାପ୍ତ ୮/ ୪୨୩ରୁ ଶୁକ୍ରବାର ତୃତୀୟ ଦିବସ ଖେଳ ଆରମ୍ଭ କରିଥିଲା। ଦଳ ଆଉ ମାତ୍ର ୯ରନ ଯୋଗ କରିବା ପରେ ୧୩୨.୨ ଓଭରରେ ୪୩୨ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଦୁଇ ଅପରାଜିତ ବ୍ୟାଟ୍‌ସମ୍ୟାନ ରବିନ୍‌ସନ ଖାତା ଖୋଲି ପାରିନଥିବା ବେଳେ କ୍ରେଗ୍‌ ଓଭରଟନ ୩୨ରନ କରି ଆଉଟ୍‌ ହୋଇଥିଲେ। ଭାରତ ପକ୍ଷରୁ ମହମ୍ମଦ ସାମି ସର୍ବାଧିକ ୪ଟି, ମହମ୍ମଦ ସିରାଜ୍‌, ରବୀନ୍ଦ୍ର ଜାଡେଜା ଓ ଯଶପ୍ରୀତ ବୁମ୍‌ରା ଦୁଇଟି ଲେଖାଏଁ ୱିକେଟ ନେଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories