www.samajalive.in
Thursday, December 11, 2025
15.1 C
Bhubaneswar

ଅନ୍ଧାରୀମୂଲକର ଜାମଢିଅ ଗାଁ: ଅନ୍ଧାରରେ ହଜିଯାଇଛି ବିକାଶର ଆଲୋକ, ସମୂହ ଭୋଟ ବର୍ଜନ ଚେତାବନୀ

ମୋହନା: ସ୍ବାଧିନତାର ସାତଦଶନ୍ଧି ପରେ ଆମ ଦେଶ ଡିଜିଟାଲ ଇଣ୍ଡିଆରେ ପାଦ ଥାପି ବିକାଶମୁଖୀ ହୋଇଚାଲିଛି। କିନ୍ତୁ ଆମ ରାଜ୍ୟରେ ଏବେ ବି ଅନେକ ଗ୍ରାମ ରହିଛି ଯେଉଁଠି ସାଧାରଣ ମୌଳିକ ସୁବିଧା ଗ୍ରାମବାସୀଙ୍କ ପାଇଁ ସାତସପନ ପାଲଟିଛି। ରୋଗୀଟିଏ ପାଇଁ ଆମ୍ବୁଲାନ୍ସ ସେବା କହିଲେ ଦୋଳାବୁହାକୁ ବୁଝାଉଛି ଏବଂ ବିଦ୍ୟୁତ୍ ଆଲୁଓ କହିଲେ ଡିବିରି ଓ ମହମବତୀ ଆଲୁଓକୁ ସୁଚାଉଛି । ଆଉ ସୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ଯଦି କହିବା ନାଳର ଗୋଳିଆ ପାଣିକୁ ବ୍ୟବହାର କରି ତୃଷା ମେଣ୍ଟାଉଛନ୍ତି ଗ୍ରାମବାସୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଜିରାଙ୍ଗ ପଞ୍ଚାୟତର ଜାମଢିଅ ଗ୍ରାମରେ ।

ପାହାଡ ପର୍ବତ ଘେରା ଆଦିବାସୀ ଅଧ୍ୟୁସିତ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଜିରାଙ୍ଗ ପଞ୍ଚାୟତର ୨ ନମ୍ବର ୱାର୍ଡରେ ରହିଛି ଜାମଢିଅ ଗାଁ । ଗାଁରେ କେଉଁ ପୁରତନ କାଳରୁ ୨୦ରୁ ଊର୍ଦ୍ଧ୍ବ ଆଦିବାସୀ ପରିବାର ଚାଷବାସ କରି ଜୀବିକା ନିର୍ବାହ କରିଆସୁଥିବା ବେଳେ ଗାଁକୁ ପହଞ୍ଚି ପାରୁନି ସରକାରଙ୍କ କୌଣସି ଉନ୍ନତିମୁଳକ ଯୋଜନା । ଘରେ ଘରେ ଖଞ୍ଜାଯାଇଛି ବିଦ୍ୟୁତ ମିଟର ସହ ଉପକରଣ । ଗାଁ ଦାଣ୍ଡରେ ବିଦ୍ୟୁତ ଖୁଣ୍ଟ ପୋତାଯାଇଥିବା ବେଳେ କେଉଁଠି ବନ୍ଧାଯାଇଛି ଷ୍ଟ୍ରୀଟ୍ ଲାଇଟ୍ ତ ଅନ୍ୟ କେଉଁଠି ମୁକୁଳା ପଡିଛି ଟ୍ରାନ୍ସଫରମର । ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ ଯ୍ୟୋତି ଯୋଜନା ମାଧ୍ୟରେ ୨୦୧୭ ମସିହାରେ ଗ୍ରାମକୁ ବିଦ୍ୟୁତ ସଂଯୋଗୀକରଣ ପାଇଁ ଜଣେ ଠିକାଦାର କାମ ନେଇଥିଲେ । ଗ୍ରାମବାସୀ ମିଳିତ ଭାବେ ମାଗଣା ଶ୍ରମଦାନ କରି ସେମାନଙ୍କୁ ଖାଦ୍ୟ ପାନୀୟ ଦେବା ସହ ଘରେ ଘରେ ମିଟର ଖଞ୍ଜିବା ପାଇଁ ତିନ ଶହ ଟଙ୍କା ଲେଖାଏଁ ମଧ୍ୟ ଦେଇଥିଲେ। ହେଲେ ଠିକାଦାର ଅଧାପନ୍ତରିଆ କରି କେଉଁ ଆଡେ ଉଭାନ୍ ହୋଇଗଲେ । ତାପରଠାରୁ ସେମିତି ବିଦ୍ୟୁତ୍ ଉପକରଣ ମାଟିରେ ପୋତି ହୋଇଗଲାଣି ତ କେଉଁଠି ଲଟାବୁଦା ମାଡିଗଲାଣି, ତ ଆଉ କେଉଁଠି ରାସ୍ତା କଡରେ ବିଦ୍ୟୁତ୍ ଖୁଣ୍ଟି ପଡିରହିଛି। ଅଧାରୁ କାମ ଛାଡି ଚାଲିଯାଇଥିବା ବେଳେ ଏପର୍ୟ୍ୟନ୍ତ ଗ୍ରାମକୁ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ । ଯାହାଫଳରେ ସନ୍ଧ୍ୟା ହେଲେ ଜଙ୍ଗଲ ଜୀବଜନ୍ତୁଙ୍କ ଭୟରେ ସୁର୍ୟ୍ୟାଅସ୍ତ ପରେ କବାଟ କିଳି ଶୀଘ୍ର ଶୋଇପଡୁଛନ୍ତି ଗ୍ରାମବାସୀ । ଏହା ସହ ପିଲାଙ୍କ ଭବିଷ୍ୟତ ଡିବିରି ଓ କ୍ୟାଣ୍ଡେଲ ଆଲୁଅରେ ଗଢା ହେଉଛି । ସଠିକ ଭାବେ କିରୋସିନ ମିଳୁନଥିବା ହେତୁ ଅନେକ ଦିନ ସଂପୂର୍ଣ୍ଣ ଅନ୍ଧାରରେ ରହିବାକୁ ପଡେ । ଗାଁ ଠାରୁ ପଞ୍ଚାୟତ ୬ କିଲୋମିଟର ଓ ମେଡ଼ିକାଲକୁ ୮ କିଲୋମିଟର, ଏବଂ ପିଲାଙ୍କ ବିଦ୍ୟାଳୟ ପାଇଁ ବାହାଡାପଦାକୁ ୪ କିଲୋମିଟର ମାଟି କାଦୁଅ ଭରା ରାସ୍ତା ସମ୍ପୂର୍ଣ୍ଣ ଶୋଚନୀୟ ହୋଇପଡିଛି । ଯାହା କେବଳ ପାଦଚଲା ପାଇଁ ଉଦ୍ଦିଷ୍ଟ ହୋଇଥିବା ବେଳେ ଅସରାଏ ବର୍ଷା ହେଲେ ଯାତାୟତ ସଂପୂର୍ଣ୍ଣ ଠପ ହୋଇଯାଉଛି । ଏଭଳି ପରିସ୍ଥିତିରେ ଗାଁକୁ ଆସୁପାରୁନାହିଁ ଆମ୍ବୁଲାନ୍ସ । ଫଳରେ ଜରୁରୀ କାଳିନ ପରିସ୍ଥିତିରେ ରୋଗୀଙ୍କୁ ମାଇଲ ମାଇଲ ଦୂର ଦୋଳା ରେ ବୁହାହୋଇ ମେଡିକାଲକୁ ନେବାକୁ ପଡେ । ରାସ୍ତାର ଦୁରବସ୍ଥା ଓ ବନ୍ୟଜୀବଜନ୍ତୁ ଭୟରେ ଗାଁର ଅନେକ ପିଲା ଅଧାରୁ ପାଠ ପଡା ଛାଡି ଗାଇଗୋରୁ ଚରାଇବାରେ ସମୟ ବିତାଉଛନ୍ତି ତ ବାହାର ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି । ଗ୍ରାମରେ ବହୁପୁରାତନ କାଳରୁ ଗୋଟାଏ ମାତ୍ର ଭଙ୍ଗା କୁପ ରହିଥିବା ବେଳେ ରକ୍ଷଣାବ୍ୟକ୍ଷଣା ଓ ପୁନଃଉଦ୍ଧାର ଅଭାବରୁ ପଙ୍କରେ ପୋତିହେବାକୁ ବସିଲାଣି , ଯେଉଁ ନଳକୁପମାନ ରହିଛି ତାହାକୁ ମରାମତି ମଧ୍ୟ କରାଯାଉନଥିବା ଯୋଗୁଁ ପେଜୁଆ ଓ ଦୁର୍ଗନ୍ଧମୟ କଳଙ୍କିଯୁକ୍ତ ପାଣି ବାହାରୁଛି, ଫଳରେ ବାଧ୍ୟ ହୋଇ ଗାଁ ନିକଟରେ ଥିବା ବିଲମାଳିଆ ନାଳର ଗୋଳିଆ ପାଣିକୁ ଛାଣି ଆଣି ପାନୀୟଜଳ ଭାବେ ବ୍ୟବହାର କରିଆସୁଛନ୍ତି ଗ୍ରାମବାସୀ । କୌଣସି ମୋବାଇଲ ନେଟରୱର୍କ ଅପହଞ୍ଚ । ଏଭଳି ନାନା ସମସ୍ୟା ଦେଇ ଗତି କରୁଥିବା ଗ୍ରାମବାସୀ ବାରମ୍ବାର ସମସ୍ୟା ନେଇ ସ୍ଥାନୀୟ ସରପଞ୍ଚ ଟଙ୍କଧର ରଣସିଂହ ଠାରୁ ଆରମ୍ଭ କରି ବହୁ ବିଭାଗୀୟ ଅଧିକାରୀ ଓ ନେତାଙ୍କୁ ଗୁହାରି ଜଣାଇ ଜଣାଇ ନୟାନ୍ତ ହେଲେଣି । ହେଲେ କୌଣସି ସୁଫଳ ମିଳିପାରୁନଥିବା ଗ୍ରାମର ସତ୍ୟବାନ ପ୍ରଧାନ, ଗୌରୀ ଦଳାଇ, ନିରଞ୍ଜନ ନାୟକ, ହରେକୃଷ୍ଣ ପ୍ରଧାନ ପ୍ରମୁଖଙ୍କ ସମେତ ଗ୍ରାମବାସୀ । ସେପଟେ ଅଧପନ୍ତାରିଆ ଅବସ୍ଥାରେ ପଡିରହିଥିବା ବିଦ୍ୟୁତ ସଂଯୋଗୀକରଣକୁ ନେଇ ଆମେ ଚନ୍ଦ୍ରଗିରି ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଉମାକାନ୍ତ ଗୌଡଙ୍କୁ ପଚାରିବାରୁ ତୁରନ୍ତ ବିଦ୍ୟୁତ୍ ସଂଯୋଗ କରାଯିବାକୁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

- Advertisement -

ବାହାଡାପଦା ନିକଟସ୍ଥ ଜାମଢିଅ ଗ୍ରାମକୁ ଭଲ ରାସ୍ତା ଖଣ୍ଡିଏ ନଥିବା ହେତୁ ଶିକ୍ଷା ସ୍ବାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ । ଗାଁକୁ ମୁଖ୍ୟତଃ ପକ୍କା ରାସ୍ତା ଖଣ୍ଡିଟିଏ ସରକାର ଯୋଗାଇଦେବାକୁ ଦାବୀ କରିଛନ୍ତି ଗ୍ରାମବାସୀ ନଚେତ ଆଗାମୀ ଦିନରେ ଆସୁଥିବା ପଞ୍ଚାୟତ ନିର୍ବାଚନରେ ସମୂହ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories