ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ନିର୍ଦ୍ଦେଶ କ୍ରମେ ଆଜି ପାଟଣା ବ୍ଲକ୍ ଅନ୍ତର୍ଗତ ରାଜନଗର ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ବିଜେଡ଼ି କର୍ମୀ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଛାତ୍ର ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସୌମ୍ୟରଂଜନ ରାଉତ, ବ୍ଳକ ଯୁବ ବିଜେଡ଼ି ସଭାପତି ରଘୁବର ମହାନ୍ତ, ରତନ କୁମାର ସେଠୀ, ବରିଷ୍ଠ କର୍ମୀ ରାଜେନ୍ଦ୍ର ସିଂହ, ଦୋଳଗୋବିନ୍ଦ ଚକ୍ର, ପଞ୍ଚାୟତ ସଭାପତି ଶ୍ରଦ୍ଧାନନ୍ଦ ପାଣିଗ୍ରାହୀ, ସମାଜସେବୀ ନିଶାକର ନାଏକ, ପ୍ରଫୁଲ ନାଏକ, ନରେଶ ମହାନ୍ତ, ଲିଟୁ ସେଠି, ଜନାର୍ଦ୍ଦନ ପାଣିଗ୍ରାହୀ, ରାମଚନ୍ଦ୍ର ସାହୁ, ଲିପୁନ ରାଉତ, ପଞ୍ଚାୟତ ଯୁବ ସଭାପତି ଟୁକୁ ନାଏକ, ଛାତ୍ର ସଭାପତି ମଣ୍ଟୁ ନାଏକ, ମନକା ସିଂହ , ସେବତୀ ରାଉତ ଏବଂ ରାଜନଗର ପଞ୍ଚାୟତର ଯୁବକ ଓ ଛାତ୍ରମାନେ ଯୋଗଦାନ କରି ମାନ୍ୟବର ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ହାତକୁ ସୁଦୃଢ଼ କରିବା ପାଇଁ ଶପଥ ପାଠ କରିଥିଲେ। ସେହିପରି ମୁରୁସୁଆଁ ପଞ୍ଚାୟତ, ବାଉଁଶୁଳି ପଞ୍ଚାୟତ, ଚେମଣା ପଞ୍ଚାୟତ ଓ ଯମୁନା ପଶି ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି।
Popular Categories



