www.samajalive.in
Sunday, December 14, 2025
26.1 C
Bhubaneswar

ଐତିହ୍ୟପୂର୍ଣ୍ଣ ଅନୁଷ୍ଠାନକୁ ହତାଦର ନେଇ ବଡ଼ମ୍ବା ଓକିଲ ସଂଘର ଉଦବେଗ

ବଡ଼ମ୍ବା: ବଡ଼ମ୍ବା ଗଡ଼ଯାତର ଅନେକ ଐତିହ୍ୟ ଓ ସଂସ୍କୃତିର ସ୍ମୃତି ବହନ କରୁଥିବା ବିଭିନ୍ନ ଅନୁଷ୍ଠାନର ସୁରକ୍ଷା ପ୍ରତି ହତାଦାର କରାଯାଇଥିବା ନେଇ ବୁଦ୍ଧିଜୀବୀଙ୍କ ସମେତ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ବଡ଼ମ୍ବା ସହର ମଧ୍ୟସ୍ଥଳିରେ ଥିବା ଜାତିର ଜନକଙ୍କ ନାମରେ ନାମିତ ବହୁ ପୁରାତନ ବାପୁଜୀ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ (୧୯୨୧ ମସିହାରେ ନିର୍ମିତ) ବନ୍ଦ ହେବା ସହ ଏହା ସନ୍ନିକଟ ମୋହନ ସୁବୁଦ୍ଧି ଉଚ୍ଚ ବିଦ୍ୟାଳୟରେ ଏହାକୁ ମିଶ୍ରଣ କରାଯାଇଛି। ଫଳ ସ୍ୱରୁପ ବଡ଼ମ୍ବାର ତତ୍କାଳୀନ ରାଜା ନାରାୟଣ ଚନ୍ଦ୍ର ବୀରବର ମଙ୍ଗରାଜ ମହାପାତ୍ରଙ୍କ ସମେତ ଅଞ୍ଚଳର ଅନେକ କୃତବିଦ୍‍ ଯୋଗଜନ୍ମା ତଥା ସଫଳ ବ୍ୟକ୍ତିତ୍ୱଙ୍କ ପ୍ରାଥମିକ ଶିକ୍ଷାର ସ୍ମୃତିବହନ କରୁଥିବା ଏହି ବିଦ୍ୟାଳୟଟି ଚାହୁଁଚାହୁଁ ଭୁତକୋଠିରେ ପରିଣତ ହେବାକୁ ଯାଉଛି।

ଏବେ ଏହି ସ୍କୁଲକୁ ବସଷ୍ଟାଣ୍ଡରେ ପରିଣତ କରିବାକୁ ସ୍ଥାନୀୟ ପ୍ରଶାସନ ତରଫରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ପ୍ରକାଶ। ସ୍ଥାନୀୟ ଅଞ୍ଚଳବାସୀଙ୍କ ସମେତ ଅଧିବକ୍ତାମାନେ ଏଭଳି ପ୍ରସ୍ତାବକୁ ନିନ୍ଦା କରିବା ସହ ଏଦିଗରେ ସରକାର ପୁନଃବିଚାର କରିବାକୁ ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଶେଷକରି ଏଭଳି ଏକ ଦୂରଦୃଷ୍ଟି ବିହିନ ପ୍ରସ୍ତାବକୁ ସ୍ଥାନୀୟ ଓକିଲ ସଂଘ ତୀବ୍ର ବିରୋଧ କରିଛି। ଏହି ପରିପ୍ରେକ୍ଷୀରେ ସଂଘ ତରଫରୁ ବୁଧବାର ଏକ ସ୍ୱତନ୍ତ୍ର ବୈଠକ ଆଗତ କରାଯାଇଥିଲା। ସଂଘର ସଭାପତି ଆଇନଜୀବୀ ସନ୍ତୋଷ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବରିଷ୍ଠ ଆଇନଜୀବୀ କୈଳାଶ ଚନ୍ଦ୍ର ଜେନା, ସନ୍ତୋଷ କୁମାର ପଟ୍ଟନାୟକ, ପ୍ରଶାନ୍ତ କୁମାର ନାୟକ, ସରୋଜ କୁମାର ବେଉରା, ଅମରେଶ ରଥ, ବିରଞ୍ଚି କୁମାର ବଳିଆର ସିଂହ, ବିଷ୍ଣୁ ପ୍ରସାଦ ସାହୁଙ୍କ ସମେତ ସମ୍ପାଦକ ପ୍ରମୋଦ କୁମାର ପୁହାଣ ପ୍ରମୁଖ ସଦସ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

- Advertisement -

ବଡ଼ମ୍ବାରେ ନୂତନ ବସଷ୍ଟାଣ୍ଡ ଖୋଲିବା ପ୍ରସ୍ତାବକୁ ସଂଘ ତରଫରୁ ସ୍ୱାଗତ ଏବଂ ସାଧୁବାଦ ଜଣାଯାଇଥିବା ବେଳେ ପ୍ରସ୍ତାବିତ ଉକ୍ତ ପୁରାତନ ସ୍କୁଲ ବଦଳରେ ଅନ୍ୟତ୍ର ବସଷ୍ଟାଣ୍ଡ କରାବାକୁ ଦାବି ଜଣାଇଛି। କାରଣ ଏହାଦ୍ୱାରା ହାଇସ୍କୁଲ ସମେତ ଏହା ସନ୍ନିକଟରେ ଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ତଥା ସହରର ସାଧାରଣ ଜନଜୀବନ ଶଦ୍ଦ ତଥା ବାୟୁ ପ୍ରଦୂଷଣ ଦ୍ୱାରା ପ୍ରଭାବିତ ହେବ ବୋଲି ଓକିଲସଂଘ ତରଫରୁ ଆଶଂକା ପ୍ରକାଶପାଇଛି। ସେହିଭଳି ଅନୁଷ୍ଠିତ ସଂଘର ସଭାରେ ବନ୍ଦ୍‍ପ୍ରାୟ ବଡ଼ମ୍ବାର ଅନ୍ୟତମ ପୁରାତନ ଶିକ୍ଷାନୁଷ୍ଠାନ ରାଜ ବିଶ୍ୱମ୍ଭର ସଂସ୍କୃତ ଟୋଲର ପୁନରୁଦ୍ଧାର ଏବଂ ରାଜରାଜୁଡ଼ା ଅମଳର ସ୍ମାରକ ବହନ କରୁଥିବା ବାଇଶିପାହାଚ ବିଶିଷ୍ଟ ପୁରାତନ ଥାନା ଗୃହର ସୁରକ୍ଷା ଦିଗରେ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ଜଣାଇ ଓକିଲ ସଂଘ ତରଫରୁ ଏହି ଅବସରରେ ପ୍ରସ୍ତାବ ଗୃହିତ ହୋଇଥିବା ପ୍ରକାଶ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories