କୋଲକାତାରୁ ୧୪ ଜଣ ଶିଶୁଙ୍କର ଦେହାବଶେଷ ଉଦ୍ଧାର
କୋଲକାତା . – ଦକ୍ଷିଣ କୋଲକାତାର ହରିଦେବପୁର ଅଞ୍ଚଳରୁ ପ୍ଲାଷ୍ଟିକ ବ୍ୟାଗମାନଙ୍କରୁ ୧୪ ଜଣ ନବ ଜାତକଙ୍କର କଙ୍କାଳ ସହ ଅନ୍ୟ ଦେହାବଶେଷ ଉଦ୍ଧର କରାଯାଇଛି । ଖାଲି ପଡିଥିବା ଏକ ଜମିରୁ କଙ୍କାଳ ଉଦ୍ଧର ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ରବିବାରରେ ଏହି ଜମିକୁ ପରିଷ୍କାର କରାଯାଉଥିବା ସମୟରେ ୧୪ ଜଣ ନବଜାତକଙ୍କର ଦେହାବଶେଷ ପ୍ଲାଷ୍ଟିକ ବ୍ୟାଗରେ ବନ୍ଧା ଯାଇଥିବା ଅବସ୍ଥାରେ ମିଳିଥିଲା ।
ବ୍ୟାଗମାନଙ୍କରେ କିଛି ରାସାୟନିକ ଦ୍ରବ୍ୟର ପ୍ରଲେପ ଦିଆଯାଇଥିଲା । ସେହି କାରଣରୁ ଏଥରୁ ଦୂର୍ଗନ୍ଧ ବାହାର ନ ଥିଲା । ଏହି କାରଣରୁ ସ୍ଥାନୀୟ ଲୋକ ଏ ବିଷୟରେ କିଛି ଜାଣି ପାରି ନଥିଲେ । ମାତ୍ର ଏକ ନିର୍ମାଣ କାର୍ଯ୍ୟପାଇଁ ଜମିଟିକୁ ସଫା କରାଯାଉଥଇବା ସମୟରେ ଏହା ମିଳିଥିଲା ।
ପୁଲିସ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି । ନିକଟସ୍ଥ କୌଣସି ଏକ ଡାକ୍ତରାଖାନାରେ ବେଆଇନ ଗର୍ଭପାତ କରାଯିବା ପରେ ମୃତ ନବଜାତକଙ୍କ ଶରୀର ଏଠାରେ ଫିଙ୍ଗା ଯାଇଥିବା ପୁଲିସ ସନ୍ଦେହ କରୁଛି ।