ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥାବାର୍ତ୍ତା କରିଛନ୍ତି। ତାଲିବାନମାନଙ୍କ ଦ୍ୱାରା କ୍ଷମତା ଦାଖଲ ପରେ ଆଫଗାନିସ୍ତାନ ସ୍ତିତି ଉପରେ ମୋଦୀ ଏକ ବିସ୍ତୃତ ତଥା ଉପଯୋଗୀ ମତ ବିନିମୟ କରିଛନ୍ତି। ମୋଦୀ ଏକ ଟୁଇଟ୍ରେ କହିଛନ୍ତି ଯେ କୋଭିଡ -୧୯ ମୁକାବିଲାରେ ଭାରତ-ରୁଷ ସହଯୋଗ ସମେତ ଉଭୟ ନେତା ଦ୍ୱିପାକ୍ଷିକ ଏଜେଣ୍ଡା ଉପରେ ଆଲୋଚନା କରିଛନ୍ତି। ଉଭୟ ନେତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପରାମର୍ଶ ଜାରି ରଖିବାକୁ ଇଛା ପ୍ରକାଶ କରିଛନ୍ତି।
Had a detailed and useful exchange of views with my friend President Putin on recent developments in Afghanistan. We also discussed issues on the bilateral agenda, including India-Russia cooperation against COVID-19. We agreed to continue close consultations on important issues.
— Narendra Modi (@narendramodi) August 24, 2021



