ନବରଙ୍ଗପୁର: ଶ୍ରାବଣମାସ ଶେଷ ହୋଇ ଭାଦ୍ରବ ମାସ ଆସିଲାଣି। ତଥାପି ଆବଶ୍ୟକ ବର୍ଷା ଅଭାବରୁ ଜିଲାରେ ଚାଷ କାମ ଆଗେଇ ପାରୁନଥିବାବେଳେ ଚାଷ ଜମି ଗୁଡିକ ଶୁଖିବା ଆରମ୍ଭ ହୋଇଛି। କିଛି ଦିନ ହେଲା ସମଗ୍ର ଜିଲାରେ ପ୍ରବଳ ଗରମ ଅନୁଭୂତ ହେଉଛି। ଜିଲାରେ ୩୦ ଡିଗ୍ରୀରୁ ଅଧିକ ଖରା ଅନୁଭୂତ ହେଉଛି। ଏହା ସହିତ ଗୁଳୁଗୁଳି ଯୋଗୁଁ ଲୋକ ମାନେ ବହୁ ଇତସ୍ତିତ ହେଉଛନ୍ତି। ଜିଲାରେ ଅଗଷ୍ଟ ମାସ ସୁଦ୍ଧା ୪୦୭ ମିଲମିଟର ବର୍ଷା ହେବାକଥା। କିନ୍ତୁ ବର୍ତ୍ତମାନ ସୁଦ୍ଧା ମାତ୍ର ୨୩୨.୩୫ ମିଲିମିଟର ବର୍ଷାହୋଇଛି। ଯାହାଫଳରେ ଜିଲାରେମୋଟ ୪୨୩୬ ହେକ୍ଟରଜମି ଶୁଖିଲା ହୋଇଥିବାବେଳେ ମୋଟ ୨୯୨୯ ହେକ୍ଟର ଜମିରେ ପାଣି ଅଭାବରୁ ଧାନ ଚାଷ କାମ ହୋଇପାରିନି। ଜିଲରେ ଧାନ ଚାଷ ପ୍ରମୂଖ ହୋଇଥିବାବେଳେ ବର୍ଷା ଅଭାବରୁ ଚାଷୀ ମାନେ ନାହିଁନଥିବା ହଟହଟା ହେଉଛନ୍ତି। ଜିଲାର ରାଇଘର ବ୍ଳକ ଓ ଚନ୍ଦାହାଣ୍ଡିବ୍ଳକରେ ସବୁଠାରୁ କମବର୍ଷା କାରଣୁ ଏହିଦୁଇଟ ବ୍ଲକରେ ଚାଷ କାମ ବ୍ୟାଘାତ ହୋଇଛି। ରାଇଘରବ୍ଲକରେ ୧୮୦ ହେକ୍ଟର ଜମି ଓ ଚନ୍ଦାହାଣ୍ଡିବ୍ଲକରେ ୧୬୫ ହେକ୍ଟରଜମିରେ ଧାନରୂଆ ହୋଇପାରିନି। ଏହା ସହିତ ରାଇଘରବ୍ଲକରେ ୩୭୬ ହେକ୍ଟର ଓ ଚନ୍ଦାହାଣ୍ଡିବ୍ୂକରେ ୨୨୦୮ ହେକ୍ଟର ଜମିରେ ଧାନ ବୁଣା ହୋଇପାରିନଥିବା ଜଣାଯାଇଛି।
ଫଳରେ ଏହି ଦୁଇଟି ବ୍ଳକ ଅଧିକ କ୍ଷତିଗ୍ରସ୍ତ ହୋଇଛି। ସେହପରି ଅନ୍ୟ ୮ଟିବ୍ଲକରେ ମଧ୍ୟ ବର୍ଷା ଅଭାବରୁ ଢିପଜମି ଗୁଡିକରେ ପାଣିଶୁଖି ଜମି ଫାଟିବା ଆରମ୍ଭ କରିଛି। ଏହାଛଡା ବର୍ଷା ଅଭାବ କାରଣରୁ ଚଳିତବର୍ଷ ଧାନ ଫସଲ ବ୍ୟାପକ କ୍ଷତି ହେବାର ଆଶଙ୍କା ଦେଖାଦେଇଛି। ଆଉ ଏକ ସପ୍ତାହ ମଧ୍ୟରେ ଆବଶ୍ୟକ ବର୍ଷା ଅଭାବ ନହେଲେ ମରୁଡି ହେବା ସୁନିଶ୍ଚିତ ହୋଇଥିବାବେଳେ ଏବେ ବର୍ଷା ହେଲେ ମଧ୍ୟ ଧାନ ଅମଳ କମିବାର ଆଶଙ୍କା ଦେଖାଦେଇଛି। ଜିଲାର ଧାନ ଚାଷ ଏସଂପର୍କରେ ଜିଲା ମୁଖ୍ୟ କୃଷି ଅଧିକାରୀ ଟଙ୍କଧର ସାହୁଙ୍କୁ ପଚାରିବାରୁ ଜିଲାରେ ଆବଶ୍ୟକ ବର୍ଷା ନଥିବାରୁ ଧାନ ଚାଷ ବିଶେଷ ଭାବରେ ପ୍ରଭାବିତ ହୋଇଛିା ଆଉ ଏକ ସପ୍ତାହ ବର୍ଷା ନହେଲେ ଜିଲାରେ ମରୁଡି ହେବାରସମ୍ଭାବନା ଦେଖାଦେଇଥିବା କହିଥିଲେ।



