www.samajalive.in
Saturday, December 6, 2025
19.1 C
Bhubaneswar

ନବରଙ୍ଗପୁର ଦେଖିବ ସ୍ୱାସ୍ଥ୍ୟସେବାର ନୂଆରୂପ, ଜିଲ୍ଲାରେ ଆରମ୍ଭ ହେବ ବାୟୁ ସ୍ୱାସ୍ଥ୍ୟ ସେବା

ନବରଙ୍ଗପୁର: ନବରଙ୍ଗପୁର ଦେଖିବ ସ୍ୱାସ୍ଥ୍ୟସେବାର ନୂଆରୂପ, ଜିଲ୍ଲାରେ ଆରମ୍ଭ ହେବ ବାୟୁ ସ୍ୱାସ୍ଥ୍ୟ ସେବା। ଏନେଇ ସୂଚନା ଦେଇଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର। ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦେଶରେ ଆଜି ଏକ ୪ ଜଣିଆ ସ୍ୱାସ୍ଥ୍ୟ ବିଭାଗ ପ୍ରତିନିଧି ଦଳ ନବରଙ୍ଗପୁର ଗସ୍ତରେ ଆସି ମେଡିକାଲ ସ୍ଥିତି ଉପରେ ତଦାରଖ କରିଥିବା ସୂଚନା ମିଳିଛି।

ଆଜି ଭୁବନେଶ୍ୱରରୁ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦେଶକ, କଟକ ଏସସିବି ମେଡିକାଲ କଲେଜର ମୁଖ୍ୟ ଏବଂ ଅଧିକ୍ଷକ, ଡାକ୍ତରୀ ଶିକ୍ଷା ଏବଂ ତାଲିମ ନିର୍ଦ୍ଦେଶକ ପ୍ରମୁଖ ହେଲିକେପ୍ଟର ଯୋଗେ ନବରଙ୍ଗପୁର ସର୍କିଟ ହାଉସରେ ପହଂଚିବା ପରେ ସେଠାରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର, ଏସପି ପୁରୁଷୋତ୍ତମ ଦାସ ଏବଂ ବିଭାଗୀୟ ଅଧିକାରୀ =ଙ୍କ ସହ ଆଲୋଚନା କରି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ଯାଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ଆନୁସଙ୍ଗିକ ବ୍ୟବସ୍ଥା ଏବଂ ଭିତିଭୂମି ସମ୍ପର୍କରେ ଆଲୋଚନା କରିଥିଲେ। ନବରଙ୍ଗପୁର ଠାରେ ହେବାକୁ ଥିବା ୨୦୦ ଶଯ୍ୟା ବିଶିଷ୍ଟ ମେଡିକାଲର ସ୍ଥିତି ତଦାରଖ କରିଛନ୍ତି। ଖୁବ ଶୀଘ୍ର ନବରଙ୍ଗପୁର ଜିଲ୍ଲାରେ ବାୟୁ ସ୍ୱାସ୍ଥ୍ୟ ସେବା ଆରମ୍ଭ ହେବ ବୋଲି ସୂଚନା ପ୍ରଦାନ କରିଛନ୍ତି। ଏହି ସେବା ଦ୍ବାରା ଜିଲ୍ଲାର ପୁରପଲ୍ଲୀର ଲୋକେ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ପାଇପାରିବେ ଏବଂ ଗୁରୁତର ରୋଗୀଙ୍କୁ ସେବା ଦେବା ପାଇଁ ରାଜ୍ୟରୁ ବିଶେଷଜ୍ଞ ପ୍ରମୁଖ ନବରଙ୍ଗପୁର ହେଲିକେପ୍ଟର ଯୋଗେ ଏଠାକୁ ଆସି ଚିକିତ୍ସା କରିବା ପରେ ଏଠିକାର ଡାକ୍ତରୀ ଦଳ ସେହି ରୋଗୀକୁ ଅନୁଧ୍ୟାନ କରିବେ ଏବଂ ଏହି ଅଞ୍ଚଳ ଲୋକେ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ପାଇ ପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories