ବୌଦ୍ଧ: ବୌଦ୍ଧ ଜିଲା ପାଲଝାର ଠାରେ ଥିବା କୃଷିବିଜ୍ଞାନ କେନ୍ଦ୍ର ଠାରେ ମଙ୍ଗଳବାର ଦିନ ଓ.ୟୁ.ଟିର ୬୦ ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ତପନ କୁମାର ଦାସଙ୍କ ଅଧକ୍ଷ୍ୟତାରେ ଏହି ଦିବସ ପାଳନ ହେବାସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲାରେ ଚାଷର ଉନ୍ନତ୍ତି ହେବା ସହ ଚାଷୀ କିପରି ଚାଷ କରି ଲାଭବାନ ହୋଇପାରିବେ ସେନେଇ ଆଲୋଚନା ହୋଇଥିଲା। କୃଷି ବିଜ୍ଞାନ କେନ୍ଦ୍ରର ସସ୍ମିତା ପ୍ରିୟଦର୍ଶନୀ ସ୍ୱାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ କୃଷି ଅଧିକାରୀ ସାରଦା ପ୍ରସାଦ ମିଶ୍ର, ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ଅମିତାଭ ପଣ୍ଡା, ଜିଲା କୃଷି ଅଧିକାରୀ ନାରାୟଣ ମହାନନ୍ଦ ପ୍ରମୁଖ ଯୋଗଦେଇ ଜିଲାର ଚାଷ ଓ ଚାଷୀ ଉନ୍ନତି ନେଇ ମତାମତ ଦେଇଥିଲେ। କୃଷିବିଜ୍ଞାନ କେନ୍ଦ୍ରର ମୟୁରୀ ସିଂ ସର୍ଦ୍ଦାର , ହରପ୍ରିୟା ସେଠୀ , ବିକ୍ରମ କେଶରୀ ପରମାଣିକ, ସଉକତ ଅଲ୍ଳୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ସଫଳ ଚାଷୀ ଭାବରେ ମନୋଜ କୁମାର ପ୍ରଧାନ ଓ ସୁବିଜ୍ଞ କୁମାର ପ୍ରଧାନଙ୍କୁ ପୁରସ୍କୃତ କରାଯାଇଥିଲା।
Popular Categories



