www.samajalive.in
Sunday, December 7, 2025
14.1 C
Bhubaneswar

ତାଲିବାନ ସହିତ ନିରବଚ୍ଛିନ୍ନ ଆଲୋଚନା ଜାରି ରଖିଛି ଆମେରିକା

ୱାଶିଂଟନ: ତାଲିବାନ ଆତଙ୍କି ଗୋଷ୍ଠୀ ସହିତ ଆମେରିକା ସରକାର ପ୍ରତିଦିନ ନିରବଚ୍ଛିନ୍ନ ଭାବରେ ଆଲୋଚନା ଜାରି ରଖିଛନ୍ତି। ତାଲିବାନକୁ ନେଇ ଆମେରିକାର କୌଣସି ଭ୍ରମ ନାହିଁ। ଅଗଷ୍ଟ ୩୧ ପୂର୍ବରୁ ଆଫଗାନିସ୍ତାନରୁ ହଜାର ହଜାର ସଂଖ୍ୟାରେ ଲୋକଙ୍କୁ ସ୍ଥାନାନ୍ତରିତ କରିବା ପ୍ରାଥମିକତା ହୋଇଛି ବୋଲି ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଜେମସ ସୁଲିଭାନ କହିଛନ୍ତି। ସୁଲିଭାନ କହିଛନ୍ତି, ଏହି ଆଲୋଚନାର ବିଷୟବସ୍ତୁ ସମ୍ପର୍କରେ ସେ ବିସ୍ତୃତ ଭାବେ ପ୍ରକାଶ କରିପାରିବେ ନାହିଁ। କେବଳ ଏତିକି କହିବେ ଯେ ବିବିଧ ପ୍ରସଙ୍ଗ ଉପରେ ଆଲୋଚନା ଜାରି ରହିଛି। ସେ କହିଛନ୍ତି, ଅଗଷ୍ଟ ୩୧ ସୁଦ୍ଧା ଆଫଗାନିସ୍ତାନ ଛାଡିବାକୁ ଆମେରିକୀୟ ସୈନ୍ୟଙ୍କ ପାଇଁ ଯେଉଁ ସମୟ ସ୍ଥିର କରାଯାଇଛି, ତାହାକୁ ଏବେ ମଧ୍ୟ ଆମେରିକା ମନ ଭିତରେ ରଖି କାର୍ଯ୍ୟ କରୁଛି। ସଂପ୍ରତି ଆମେରିକା କେବଳ ଆଫଗାନିସ୍ତାନରୁ ହଜାର ହଜାର ସଂଖ୍ୟାରେ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ ଉପରେ ଦୃଷ୍ଟିନିବଦ୍ଧ କରୁଛି।
ଇତିମଧ୍ୟରେ ସୋମବାର ଦିନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସହିତ ଆଫଗାନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଉକ୍ତ ଯୁଦ୍ଧବିଧ୍ୱସ୍ତ ରାଷ୍ଟ୍ରରୁ ନାଗରିକମାନଙ୍କୁ କିଭଳି ନିରାପଦରେ ସ୍ଥାନାନ୍ତର କରାଯିବ ତାହା ଉପରେ ଆଲୋଚନା ହୋଇଥିଲା। ଏହାପରେ ମଙ୍ଗଳବାର ଦିନ ବାଇଡେନ ଭର୍ଚୁଆଲ ପଦ୍ଧତିରେ ଜି-୭ ବୈଠକରେ ଉଦବୋଧନ ଦେଇଥିଲେ। ଅଗଷ୍ଟ ୧୪ ତାରିଖ ଠାରୁ ଆମେରିକା ଇତିମଧ୍ୟରେ ଆଫଗାନିସ୍ତାନରୁ ପ୍ରାୟ ୪୮,୦୦୦ ଲୋକଙ୍କୁ ସ୍ଥାନାନ୍ତର କରିଛି ଅଥବା ସେଥିରେ ସହଯୋଗ କରିଛି। କାବୁଲରୁ ଏହା ପ୍ରାୟ ୧୦,୯୦୦ ଲୋକଙ୍କୁ ସ୍ଥାନାନ୍ତର କରିସାରିଥିବା ଜଣାଯାଇଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories