www.samajalive.in
Sunday, December 7, 2025
23.1 C
Bhubaneswar

କାବୁଲ ବିମାନ ବନ୍ଦରରେ ଭୀଷଣ ଗୁଳିଚାଳନା; ତାଲିବାନକୁ କଡା ଜବାବ ଦେଉଛନ୍ତି ଆମେରିକା ଓ ପାଶ୍ଚାତ୍ୟ ସୈନ୍ୟ

କାବୁଲ: କାବୁଲସ୍ଥିତ ହମିଦ କାରଜାଇ ଆନ୍ତର୍ଜାତିକ ବିମାନ ବନ୍ଦରରେ ସୋମବାର ସକାଳେ ଭୀଷଣ ଗୁଳିଚାଳନା ଘଟିଥିବା ଖବର ହସ୍ତଗତ ହୋଇଛି। ଏଥିରେ ଜଣେ ତାଲିବାନି ଆତଙ୍କିର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ତିନିଜଣ ଆହତ ହୋଇଛନ୍ତି। ତାଲିବାନ ପକ୍ଷରୁ ଗୁଳିଚାଳନା କରାଯିବା ପରେ ଆମେରିକା ଓ ଜର୍ମାନୀ ସୈନ୍ୟମାନେ ତାହାର କଡା ପାଲଟା ଜବାବ ଦେଇଥିଲେ। ଜର୍ମାନୀ ସଶସ୍ତ୍ର ବାହିନୀ ପକ୍ଷରୁ କୁହାଯାଇଛି ଯେ ତାଲିବାନ କବଳରୁ ରକ୍ଷା ପାଇବାକୁ ଦେଶ ଛାଡି ଚାଲିଯିବାକୁ ଉଦ୍ୟମ କରୁଥିବା ହଜାର ହଜାର ସଂଖ୍ୟାରେ ଆଫଗାନ ନାଗରିକ ଏବଂ ବିଦେଶୀ ନାଗରିକ ବିମାନ ବନ୍ଦର ବାହାରେ ଜମା ହୋଇ ରହିଛନ୍ତି। ଅଗଷ୍ଟ ୧୫ ତାରିଖରେ ତାଲିବାନ କାବୁଲ ଦଖଲ କରିବା ପରଠାରୁ ସ୍ଥାନୀୟ ବିମାନ ବନ୍ଦରରେ ପ୍ରତିଦିନ ହଜାର ହଜାର ଲୋକ ଜମା ହୋଇ ରହୁଛନ୍ତି। ସୋମବାର ସକାଳେ ବିମାନ ବନ୍ଦର ଉତ୍ତର ପାଶ୍ୱର୍ ଫାଟକ ନିକଟରେ ତାଲିବାନ ଆତଙ୍କିମାନେ ଗୁଳି ଚଳାଇବା ପରେ ଆମେରିକା ଓ ଜର୍ମାନୀ ସୈନ୍ୟମାନେ ପାଲଟା ଗୁଳି ଚଳାଇଥିଲେ। ଏଥିରେ ତଣେ ତାଲିବାନ ଆତଙ୍କିର ମୃତ୍ୟୁ ଘଟିଛି। ସଂପ୍ରତି ବିମାନ ବନ୍ଦର ଏବଂ ଏହାର ଆଖପାଖ ଅଞ୍ଚଳ ସବୁଠାରୁ ଅଧିକ ବିପଦଶଙ୍କୁଳ ହୋଇପଡିଛି। ଆମେରିକା ସୈନ୍ୟମାନେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ସମୟ ପାଖେଇ ଆସୁଥିବାବେଳେ ସେମାନଙ୍କ ଉପସ୍ଥିତି ଓ ସହାୟତାରେ ହଜାର ହଜାର ଲୋକ ଆଫଗାନିସ୍ତାନ ଛାଡିବାକୁ ଉଦ୍ୟମ କରୁଛନ୍ତି। ଇତିମଧ୍ୟରେ ଲୋକମାନଙ୍କୁ ଆଫଗାନିସ୍ତାନରୁ ସ୍ଥାନାନ୍ତର କରାଯିବା ପରେ ସେମାନଙ୍କୁ ଅନ୍ୟତ୍ର ନେବାପାଇଁ ଆମେରିକା ରବିବାର ଛଅଟି ବ୍ୟବସାୟିକ ବିମାନ ଚଳାଚଳ ସଂସ୍ଥାର ସହଯୋଗ ଲୋଡିଛି। ଆଫଗାନିସ୍ତାନ ଛାଡୁଥିବା ଲୋକଙ୍କୁ ଚାରିଟି ମହାଦେଶର ଦୁଇ ଡଜନରୁ ଅଧିକ ରାଷ୍ଟ୍ର ସହଯୋଗ କରୁଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି। ଜାପାନ କହିଛି ଯେ ଏହା ସୋମବାର ଦିନ ନିଜର ନାଗରିକଙ୍କୁ ଆଫଗାନିସ୍ତାନରୁ ଫେରାଇ ଆଣିବାକୁ ଏକ ସାମରିକ ବିମାନ ପଠାଇବ। ସେମାନଙ୍କ ସହିତ ଜାପାନ ଦୂତାବାସରେ କାମ କରୁଥିବା କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ଆଣିବାକୁ ଅଧିକ ଉଡାଣ କରାଯିବା ଆଶା କରାଯାଉଛି। ରବିବାର ଦିନ ଜାତିସଂଘର ଏକ ବିମାନ କାବୁଲରୁ ୧୨୦ ଜଣ ଲୋକଙ୍କୁ କାଜାଖସ୍ତାନକୁ ସ୍ଥାନାନ୍ତରିତ କରିଛି। ସେମାନଙ୍କ ମଧ୍ୟରେ ଜାତିସଂଘର ଅଧିକାରୀ ଏବଂ ଆଫଗାନିସ୍ତାନରେ ଜାତିସଂଘ ସହିତ ମିଶି କାର୍ଯ୍ୟ କରୁଥିବା ବିଭିନ୍ନ ଅଣ ସରକାରୀ ସଂଗଠନର କାର୍ଯ୍ୟକର୍ତ୍ତା ରହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories