www.samajalive.in
Sunday, December 14, 2025
19.1 C
Bhubaneswar

ବାଘ ପାଟିରୁ ନିଜ ନାତୁଣୀକୁ ଏପରି ରକ୍ଷା କଲେ ବୃଦ୍ଧଦମ୍ପତି

ଭୋପାଳ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଜଣେ ଜେଜେବାପା-ଜେଜେମାଆ ନିଜ ୨ ବର୍ଷର ନାତୁଣୀର ଜୀବନ ରକ୍ଷା କରିବାକୁ ଯାଇ ଚିତାବାଘ ସହ ଲଢେଇ କରିବାକୁ ପଛ ଘୁଞ୍ଝା ଦେଇ ନାହାନ୍ତି। ଖୁବ ସାହସ ଦେଖାଇ ହିଂସ୍ର ଜନ୍ତୁ କବଳରୁ ନାତୁଣୀକୁ ରକ୍ଷା କରିଛନ୍ତି। ଏହି ଘଟଣା ବିଷୟରେ ସ୍ଥାନୀୟ ଲୋକେ ଶୁଣି ଉଭୟଙ୍କ ସାହସକୁ ପ୍ରଂଶସା କରିବା ସହ ଏହା ଏବେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।
ଘଟଣାକ୍ରମେ ; ଏହି ଘଟଣା ଗୁରୁବାର (୧୯ ଅଗଷ୍ଟ) । ରାତିରେ କୁନୋ ଜାତୀୟ ଉଦ୍ୟାନ ନିକଟରେ ଏକ ଗାଁ ରହିଛି। ଗୋଟିଏ ଘରର ଅଗଣାରେ ବୃଦ୍ଧ ଦମ୍ପତି ନିଜ ନାତୁଣୀ ସହ ଶୋଇଥିଲେ। ଏହି ସମୟରେ ଏକ ଚିତାବାଘ ଘରର ଅଗଣାକୁ ଆସି ବୃଦ୍ଧଙ୍କ ଶିଶୁକୁ ଉଠାଇ ନେବାକୁ ଚେଷ୍ଟା କରିବା ସମୟରେ ଶିଶୁର ପାଟି ଶୁଣି ବୃଦ୍ଧ ଦମ୍ପତିଙ୍କ ନିଦ ଭାଙ୍ଗି ଯାଇଥିଲା। ବାଘକୁ ଦେଖି ଉଭୟ ଚିତ୍କାର କରିବାକୁ ଲାଗିଲେ। ସେହି ସମୟରେ ଉଭୟ ବାଘକୁ ଖୁବ ଜୋରେ ଗୋଡରେ ମାରିବା ସହ ବାରମ୍ବାର ବୃଦ୍ଧ ଦମ୍ପତି ବାଘକୁ ଆକ୍ରମଣ କରିଥିଲେ। ବାଘ ସେହି ସମୟରେ ଶିଶୁଟିକୁ ଛାଡିଦେବା ସହ ବୃଦ୍ଧଙ୍କୁ ଆକ୍ରମଣ କରିବାକୁ ଲାଗିଲା। ବାଘ ଆକ୍ରମଣରେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ଚିତ୍କାର ଶୁଣି ପାଖପଡ଼ୋଶୀ ଠେଙ୍ଗା ଲାଠି ନେଇ ପହଞ୍ଚିବା ପରେ ବାଘ ଜଙ୍ଗଲ ଭିତରକୁ ପଳାଇଥିଲା।

 

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories