www.samajalive.in
Saturday, December 13, 2025
27.1 C
Bhubaneswar

ସରକାରୀ ଅର୍ଥ କାରବାର ପାଇଁ ୧୯ ବ୍ୟାଙ୍କକୁ ସ୍ବୀକୃତି

ଭୁବନେଶ୍ବର: ରାଜ୍ୟରେ ଚଳିତବର୍ଷ ୧୯ଟି ବ୍ୟାଙ୍କକୁ ସରକାରୀ ଅର୍ଥ ନେଣଦେଣ ଲାଗି ସରକାର ସ୍ବୀକୃତି ପ୍ରଦାନ କରିଛନ୍ତି। ଏନେଇ ଅର୍ଥବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବଙ୍କ ପକ୍ଷରୁ ସବୁ ବିଭାଗକୁ ଅବଗତ କରାଯାଇଛି। ଶ୍ରୀ ଦେବ ଦର୍ଶାଇଛନ୍ତି ଯେ ଚଳିତ ଆର୍ଥିକ ବର୍ଷ ବର୍ଗ-୧ରେ ୧୭ଟି ବ୍ୟାଙ୍କକୁ ନିଆଯାଇଛି, ଯେଉଁଗୁଡିକର ୫୦ପ୍ରତିଶତ ରାଙ୍କ ହାସଲ ସହିତ ୧୦୦ରୁ ଊର୍ଦ୍ଧ୍ବ ଶାଖା ରହିଛି। ବର୍ଗ-୨ରେ ମାତ୍ର ୨ଟି ବ୍ୟାଙ୍କ ୬୦ପ୍ରତିଶତ ରାଙ୍କ ହାସଲ କରିଛନ୍ତି ଏବଂ ଏହି ଦୁଇଟି ହେଲେ ଘରୋଇ ବ୍ୟାଙ୍କ ଇଣ୍ଡସଇଣ୍ଡ ଏବଂ କ୍ଷୁଦ୍ର ଋଣପ୍ରଦାନକାରୀ ବ୍ୟାଙ୍କ ସୂର୍ଯୋଦୟୋ ଏସଏଫବି।

ବର୍ଗ-୧ରେ ସରକାରୀ ଉଦ୍ୟୋଗ ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, କାନାରା ବ୍ୟାଙ୍କ, ଇଣ୍ଡିଆନ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ରହିଛି। ରାଜ୍ୟ ସରକାରଙ୍କ ଅଧୀନସ୍ଥ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଓ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ରହିଥିବା ବେଳେ ଘରୋଇ ବ୍ୟାଙ୍କ ମଧ୍ୟରେ ଆକ୍ସିସ୍, ଆଇସିଆଇସିଆଇ, ବନ୍ଧନ ଓ ଏଚଡ଼ିଏଫସି ବ୍ୟାଙ୍କ ରହିଛି।

- Advertisement -

ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି ଯେ ୨୦୨୦-୨୧ ବର୍ଷର ସରକାରୀ ନେଣଦେଣକୁ ଆଧାରକରି ୨୦୨୧-୨୨ ଆର୍ଥିକ ବର୍ଷରେ ଏହି ୧୯ଟି ବ୍ୟାଙ୍କ ସରକାରୀ ଅର୍ଥ କାରବାର କରିବାର ଯୋଗ୍ୟତା ହାସଲ କରିଛନ୍ତି। ସରକାରଙ୍କ ପକ୍ଷରୁ ବ୍ୟାଙ୍କଗୁଡିକର ରାଙ୍କ ପ୍ରସ୍ତୁତି ବେଳେ କୃଷିକ୍ଷେତ୍ରରେ ଋଣ ପ୍ରଦାନ ସହିତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶିଳ୍ପକୁ ଋଣ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡିକୁ ଋଣ ଦେବା ଏବଂ ସରକାରୀ ଯୋଜନାରେ ସହାୟତା ପ୍ରଦାନ, ଟଙ୍କା ଠୁଳ(ସିଡ଼ି) ଅନୁପାତ, ଗ୍ରାମାଞ୍ଚଳରେ ଥିବା ବ୍ୟାଙ୍କର ସୁବିଧାକୁ ମାପକାଠି ଭାବେ ଧରାଯାଏ। ଅତି କମରେ ୫୦ ପ୍ରତିଶତ ରାଙ୍କ ରଖିବା ସହିତ ୧୦୦ଟି ଶାଖା ନଥିଲେ ସରକାରୀ ଅର୍ଥ କାରବାର ପାଇଁ କୌଣସି ବ୍ୟାଙ୍କ ଯୋଗ୍ୟତା ହାସଲ କରିପାରିବ ନାହିଁ। ସେହିପରି ୬୦ପ୍ରତିଶତ ରାଙ୍କ ଯଦି କୌଣସି ବ୍ୟାଙ୍କ ରଖିଥିବ ତେବେ ରାଜ୍ୟରେ ତା’ର ଅତି କମରେ ୫୦ଟିରୁ ଅଧିକ ଶାଶା ଥିଲେ ହିଁ ସ୍ବୀକୃତି ମିଳିବ।

ରାଜ୍ୟସ୍ତରୀୟ ବ୍ୟାଙ୍କ ସମୂହ କମିଟି ବର୍ଗ-୧ରେ ୧୭ଟି ବ୍ୟାଙ୍କ ପାଇଁ ସୁପାରିସ କରିଥିଲା। ସେଥିରେ ୧୦ଟି ସରକାରୀ ଉଦ୍ୟୋଗୀ ବ୍ୟାଙ୍କ ରହିଥିବାବେଳେ ୪ଟି ଘରୋଇ ଏବଂ ୨ଟି ରାଜ୍ୟ ସରକାରଙ୍କ ଅଧୀନସ୍ଥ ଏବଂ ଗୋଟିଏ କ୍ଷୁଦ୍ର ଋଣପ୍ରଦାନକାରୀ ବ୍ୟାଙ୍କ ରହିଥିଲା। ଅନୁରୂପ ଭାବେ ବର୍ଗ-୨ରେ ୨ଟି ବ୍ୟାଙ୍କ ଲାଗି ସୁପାରିସ କରିଥିଲା। ତେବେ ସରକାରଙ୍କ ପକ୍ଷରୁ ୧୯ବ୍ୟାଙ୍କକୁ ଏହି ସ୍ବୀକୃତି ପ୍ରଦାନ କରାଯାଇଥିଲେ ହେଁ କେତେକ ସର୍ତ୍ତ ରଖାଯାଇଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories