www.samajalive.in
Saturday, December 13, 2025
18.1 C
Bhubaneswar

ମହାବିଦ୍ୟାଳୟକୁ ଆସିଥିବା ଛାତ୍ରୀ ଅପହରଣ ଅଭିଯୋଗ, ଏତଲା ରଖିଲାନି ବାଲିଚନ୍ଦ୍ରପୁର ପୁଲିସ

ବାଲିଚନ୍ଦ୍ରପୁର: ବାଲିଚନ୍ଦ୍ରପୁର ସ୍ଥିତ ସାହାସପୁର ମହାବିଦ୍ୟାଳୟକୁ ଆସିଥିବା ଜଣେ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ନେଇ ଛାତ୍ରୀର ପରିବାର ଲୋକେ ଅଭିଯୋଗ କରିଛନ୍ତି । ଛାତ୍ରୀଙ୍କୁ ନପାଇ ତାର ଜେଜେ ନିଜ ନାତୁଣୀର ଅପହରଣ ଅଭିଯୋଗ ନେଇ ବାଲିଚନ୍ଦ୍ରପୁର ଥାନାକୁ ଲ ଏତଲା ଦାୟର କରିବାକୁ ଯାଇଥିଲେ। ତେବେ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ବିଜୟିନୀ ମଲ୍ଲ ତାଙ୍କର ଏତଲାକୁ ଗ୍ରହଣ କରିନଥିବା ସେ ଅଭିଯୋଗ କରିଛନ୍ତି।

ଛାତ୍ରୀର ପରିବାର ସୁତ୍ରରୁ ପ୍ରକାଶ ଯେ କଟକ ଜିଲା ମାହାଙ୍ଗା ଥାନା ଅନ୍ତର୍ଗତ ମାଣିତ୍ରୀ ଗ୍ରାମର ସର୍ବେଶ୍ୱର ଶତପଥୀଙ୍କ ନାତୁଣୀ ବାଲିଚନ୍ଦ୍ରପୁର ସ୍ଥିତ ସାହାସପୁର ମହାବିଦ୍ୟାଳୟର +୩ ଶ୍ରେଣୀର ଛାତ୍ରୀ। ବୁଧବାର ଛାତ୍ରୀ ଜଣକ ପରୀକ୍ଷା ପାଇଁ ଫର୍ମ ପୂରଣ ନିମନ୍ତେ ଘରୁ ମହାବିଦ୍ୟାଳୟକୁ ଆସି ଆଉ ଘରକୁ ଫେରିନଥିଲା। ଝିଅ ଘରକୁ ନଫେରିବା ଦେଖି ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ପାଇନଥିଲେ। ପରେ ସେମାନେ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ ପାଇଁ ଆସିଥିବା ବେଳେ ପୁଲିସ କିନ୍ତୁ ଏତଲା ରଖିନଥିଲା। ଅପହୃତ ହୋଇଥିବା ଛାତ୍ରୀ ଜଣକ ମାହାଙ୍ଗା ଥାନା ଅଞ୍ଚଳର ହୋଇଥିବାରୁ ସେଠାରେ ଏତଲା ଦେବାକୁ ପୁଲିସ ଅଭିଯୋଗକାରୀଙ୍କୁ କହିଥିଲା । ବାଧ୍ୟ ହୋଇ ପରିବାର ଲୋକେ ଏତଲା ନଦେଇ ଫେରିଯାଇଥିଲେ।

- Advertisement -

 

ଝିଅ କିମ୍ବା ମହିଳା ସମ୍ପର୍କିତ ଅଭିଯୋଗ ରାଜ୍ୟର ଯେକୌଣସି ଥାନାରେ ଅଭିଯୋଗ କରିବାର ନିୟମ ରହିଥିବା ବେଳେ ସେମାନେ ଯେଉଁ ଥାନା ଅଞ୍ଚଳର ହୋଇଥାନ୍ତୁ ନା କାହିଁକି ଝିଅ କିମ୍ବା ମହିଳା ସମ୍ପର୍କିତ ଅଭିଯୋଗ ପାଇବା ମାତ୍ରେ ଥାନା ପକ୍ଷରୁ ଅଭିଯୋଗ ଗ୍ରହଣ କରାଯାଇ ତୁରନ୍ତ ରେଜେଷ୍ଟ୍ରି କରାଯାଇ ସଂପୃକ୍ତ ଥାନାକୁ ଟ୍ରାନ୍ସଫର କରିବା ନିୟମ ରହିଥିଲେ ହେଁ ଥାନାଧିକାରିଣୀ ଏତଲା ନରଖିବା ମୋ ସରକାର ବା ୫ଟିକୁ ନେଇ ନାନା ପ୍ରଶ୍ନ ଉଠିଛି। ଏଥି ନେଇ ବାଲିଚନ୍ଦ୍ରପୁର ଥାନାଧିକାରିଣୀ ବିଜୟନୀ ମଲ୍ଲଙ୍କୁ ପଚାରିବାରୁ ସେ ଏହାକୁ ଖଣ୍ଡନ କରିବା ସହ ସେମାନେ ମୋତେ ଲିଖିତ ଆକାରରେ ଦେଇନଥିବା ସଫେଇ ଦେଇଛନ୍ତି।

Hot this week

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories