ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ଘାଟବାଲିଯୋଡ଼ି ଗ୍ରାମର ଶିବ ଚରଣ ମହାନ୍ତ ନାମକ ଜଣେ ବ୍ୟକ୍ତି ଭାଲୁ କାମୁଡ଼ାରେ ଗୁରୁତର ହୋଇଛନ୍ତି। ସେ ବିଲ କାମ ସାରି ଘରକୁ ଫେରୁଥିବା ବେଳେ ଭାଲୁ ହାବୁଡ଼ରେ ପଡିଯାଇଥିଲେ। ଭାଲୁଟି ତାଙ୍କ ମୁହଁକୁ ରାମ୍ପୁଡ଼ି ପକାଇବା ସହ ହାତକୁ କାମୁଡି ତାଙ୍କୁ ଗୁରୁତର କରିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଡୁମୁରିଆ ଡାକ୍ତରଖାନାରେ ଭର୍ତି କରାଯାଇଛି।
Popular Categories



