ପାଟଣା: ପୂର୍ବତନ ପି.ସି.ସି ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନାଙ୍କ ପୁଅ ତଥା ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ଜେନା (୪୩) ଙ୍କର ଆଜି ହାଇଦ୍ରାବାଦରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିବା ପରେ ପାଟଣା କଂଗ୍ରେସ ପକ୍ଷରୁ ତାଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ ପାଇଛି। ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକ, ପାଟଣା ବ୍ଲକର ପୂର୍ବତନ ଅଧ୍ୟକ୍ଷ ବିଦ୍ୟାଧର ଦାଶ, ବରିଷ୍ଠ ନେତା ଲକ୍ଷ୍ମଣ ଦାଶ, ବ୍ଲକ କଂଗ୍ରେସ ସଭାପତି ଶତ୍ରୁଘ୍ନ ସିଂହ, ଯୁବ ନେତା ମିଲି ପଟ୍ଟନାୟକ, କୈଳାସ ଚନ୍ଦ୍ର ବାରିକ, ଘଟଗାଁ ବ୍ଲକ କଂଗ୍ରେସ ସଭାପତି ପ୍ରଭାକର ନାୟକ, ରାମଚନ୍ଦ୍ର ସାହୁ, ରୁଦ୍ରନାରାୟଣ ସିଂହ ପ୍ରମୁଖ ବହୁ କଂଗ୍ରେସ କର୍ମୀଙ୍କ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି। ଶୋକ ସନ୍ତପ୍ତ ପରିବାରକୁ ଏମାନେ ସମବେଦନା ଜଣାଇଛନ୍ତି।
Popular Categories



