www.samajalive.in
Wednesday, December 10, 2025
16.1 C
Bhubaneswar

ବର୍ଷେହେଲା ଭଗ୍ନ ଅବସ୍ଥାରେ ଧୁଙ୍ଗିଆମୁଣ୍ଡା ଅଙ୍ଗନୱାଡ଼ି କେନ୍ଦ୍ର, ମରାମତି ପାଇଁ ନିଘା ନାହିଁ

ହରଭଙ୍ଗା: ସରକାର ପ୍ରାକ୍ ବିଦ୍ୟାଳୟ ଶିକ୍ଷାକୁ ଗୁରୁତ୍ୱ ଦେବା ସହ ଅଙ୍ଗନୱାଡ଼ି କେନ୍ଦ୍ର ଭିତ୍ତିଭୂମି ଉପରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଂଚାୟତ ଅର୍ନ୍ତଗତ ଧୁଙ୍ଗିଆମୁଣ୍ଡା ଅଙ୍ଗନୱାଡ଼ି କେନ୍ଦ୍ରଟି ଗତବର୍ଷ ଏପ୍ରିଲ ମାସରେ କାଳବୈଶାଖୀରେ ଆଜବେଷ୍ଟସ ଘରର ଛପର ସଂପୂର୍ଣ୍ଣ ଛାଙ୍ଗି ପଡିଛି। ଏ ଦିଗରେ ବ୍ଲକ ପ୍ରଶାସନ କିମ୍ବା ବିଭାଗୀୟ କର୍ତ୍ତୃପକ୍ଷଙ୍କ ନୀରବତା ଯୋଗୁଁ ଦୀର୍ଘ ଏକ ବର୍ଷହେଲା କେନ୍ଦ୍ରର ମରାମତି କାର୍ଯ୍ୟ ଏବଂ ନୂତନ ଗୃହ ନିର୍ମାଣ ହୋଇପାରୁନାହିଁ।ଫଳରେ ବର୍ତମାନ ଧୁଙ୍ଗିଆମୁଣ୍ଡା ଗ୍ରାମରୁ ପାଖାପାଖି ଏକ କିଲୋମିଟର ଦୂରରେ ଥିବା ବଡଗୁଣ୍ଡୁରି ସାହି ସ୍କୁଲରେ କେନ୍ଦ୍ରଟି ଆସ୍ଥାୟୀ ଭାବେ ଚାଲିଥିବା ଜଣାପଡିଛି। ଫଳରେ ଏହି ଅଙ୍ଗନୱାଡ଼ି କେନ୍ଦ୍ରରେ ପାଠପଢୁଥିବା ଶିଶୁଙ୍କ ପାଇଁ ଆସୁଥିବା ଶୁଖିଲା ଖାଦ୍ୟ, ଅଣ୍ଡା ଆଦି ବଣ୍ଟନରେ ଅସୁବିଧା ହେଉଛି। ଏ ଦିଗରେ ଜିଲ୍ଲାପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସମାଜସେବୀ ବସନ୍ତ ବେହେରା ଦାବୀ କରିଛନ୍ତି।

Hot this week

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

Related Articles

Popular Categories