www.samajalive.in
Friday, December 12, 2025
15.1 C
Bhubaneswar

ଦେଶଛାଡି ଚାଲିଯାଉଥିବା ଆଫଗାନଙ୍କୁ ରୋକୁଛନ୍ତି ତାଲିବାନ; ବିମାନବନ୍ଦରରେ ଗଡୁଛି ମୃତଦେହ

କାବୁଲ: ଗଣମାଧ୍ୟମରେ ଶାନ୍ତିର ଦ୍ୱାହି ଦେଉଥିବା ତାଲିବାନ ଆତଙ୍କିମାନେ ସେମାନଙ୍କ ଭୟରେ ଦେଶ ଛାଡୁଥିବା ଆଫଗାନ ଜନସାଧାରଣଙ୍କୁ ସେଥିପାଇଁ ସୁଯୋଗ ଦେଉନାହାନ୍ତି। ରାସ୍ତାଘାଟ, ଗଳିକନ୍ଦି, ଛକମାନଙ୍କରେ ହାତରେ ଅସ୍ତ୍ରଶସ୍ତ୍ର ଧରି ପହରା ଦେଉଥିବା ତାଲିବାନ ଆତଙ୍କିମାନେ ବିମାନ ବନ୍ଦରକୁ ଯାଉଥିବା ଲୋକଙ୍କୁ ଅଟକାଉଛନ୍ତି। ସେଠାରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ନିରୀହ ଲୋକଙ୍କୁ ଗୁଳିକରି ମାରିଦିଆଯାଉଛି। ବିମାନ ବନ୍ଦର ଭିତରେ ଏବଂ ଏହାକୁ ସଂଯୋଗକରୁଥିବା ରାସ୍ତାରେ ଅନେକ ମୃତଦେହ ପଡିରହିଛି।

ଜର୍ମାନୀରେ ଯାଇ ପହଞ୍ଚିଥିବା ଏକ ଆଫଗାନ ଦମ୍ପତି କହିଛନ୍ତି, ଦେଶର ପ୍ରତ୍ୟେକ ନାଗରିକ ସେଠାରୁ ପଳାଇ ଆସିବାକୁ ଚାହୁଁଛନ୍ତି। ପ୍ରତିଟି ଦିନ ତାହା ପୂର୍ବଦିନ ଅପେକ୍ଷା ଅଧିକ ଭୟଙ୍କର ହେବାରେ ଲାଗିଛି। କହିବାକୁ ଗଲେ ସେଠାରେ ସବୁକିଛି ବିପର୍ଯ୍ୟସ୍ତ ହୋଇପଡିଛି। ତାଲିବାନ ଆତଙ୍କି ଫାଙ୍କା ଗୁଳିଚଳାଉଛନ୍ତି ତ ଆଉ କେତେବେଳେ ଯାହା ଉପରକୁ ଇଛା ହେଉଛି ଗୁଳି ଚଳାଇ ହତ୍ୟା କରୁଛନ୍ତି। ପରିସ୍ଥିତି ଏଭଳି ହୋଇଛି ଯେ ତାଲିବାନ ନାଁ ଶୁଣିଲେ ଆଫଗାନ ଜନସାଧାରଣ, ବିଶେଷକରି ମହିଳା, ଯୁବତୀ ଓ କମ୍‍ ବୟସର ବାଳିକା ଭୟରେ ଥରି ଉଠୁଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories