www.samajalive.in
Tuesday, December 9, 2025
23.1 C
Bhubaneswar

କୁଚିଣ୍ଡାର ବିକାଶ ପାଇଁ ଆଲୋଚନା ଚକ୍ର

କୁଚିଣ୍ଡା : କୁଚିଣ୍ଡା ଅଞ୍ଚଳରେ ଉପୁଜୁଥିବା ନାନା ସମସ୍ୟାର ପ୍ରତିକାର ପାଇଁ ଏକ ବୈଠକ ସ୍ଥାନୀୟ ଏକ ଲଜରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ଅଧ୍ୟକ୍ଷ ଗଗନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସହରର ସମସ୍ୟା ରହିଥିବା ନେଇ ଉଦବଗେ ପ୍ରକାଶ ପାଇଥିଲା । ଏହାର ନିରାକରଣ ସକାଶେ “କୁଚିଣ୍ଡା ବିକାଶ ଅଭିଯାନ” ନାମକ ଏକ ସଂଗଠନ ଗଠନ କରାଯାଇଥିଲା । ଏଥିରେ ବରିଷ୍ଠ ଓକିଲ ପ୍ରମୋଦ ଛୁରିଆ, ଗଜେନ୍ଦ୍ର ଭୋଇ ଆବାହକ ରହିଥିବା ବେଳେ ସାମ୍ବାଦିକ ଗଗନ ଶର୍ମା ସଂଯୋଜକ ଦାୟିତ୍ୱରେ ରହିଛନ୍ତି । ସେହିପରି ରଜେଶ ଶର୍ମା ସହ ସଂଯୋଜକ, ଗଣେଷ ଅଗ୍ରୱାଲା କୋଷାଧ୍ୟକ୍ଷ, ସଚିତା ଶର୍ମା, ସଞ୍ଜୟ ପାଣିଗ୍ରାହୀ କାର୍ଯ୍ୟକ୍ରମ ଅଧିକାରୀ, ଭାବେ ମନୋନୀତ କରାଯାଇଥିବା ପ୍ରକାଶ । ସାମ୍ବାଦିକ ତପନ ଦାସ ପ୍ରବକ୍ତା ଭାବେ ଚୟନ କରାଯାଇଥିବା ଜଣାଯାଇଛି । ଆଗାମୀ ଦିନରେ ଆଇନ ଶୃଙ୍ଖଳା, ଏବଂ ସହରର ବିକାଶ ସକାଶେ ପ୍ରଶାସନ ସହ ଆଲୋଚନା କରିବେ ବୋଲି ସ୍ଥିର କରିଥିବା ପ୍ରକାଶ କରିଛନ୍ତି ।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories