www.samajalive.in
Monday, December 8, 2025
27.1 C
Bhubaneswar

ସଂଗ୍ରାମ ଜେନାଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ

ଭୁବନେଶ୍ବର : ପୂର୍ବତନ ଯୁବ କଂଗ୍ରେସ ସଭାପତି ତଥା ଯୁବ ନେତା ସଂଗ୍ରାମ ଜେନା(ବାପି)ଙ୍କ ଅକାଳ ବିୟୋଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି। ସେ ତାଙ୍କ ଶୋକବାର୍ତାରେ କହିଛନ୍ତି ବାପି ଜଣେ ଉଦୀୟମାନ ଯୁବସଂଗଠକ ଥିଲେ। ସେ ସର୍ଦାସର୍ବଦା ଯୁବକମାନଙ୍କ ପାଇଁ ଚିନ୍ତା କରି ଗତ କିଛି ବର୍ଷ ଧରି ଅକ୍ଲାନ୍ତ ପରିଶ୍ରମ କରିଆସୁଥିଲେ। ଭବିଷ୍ୟତରେ ବାପି ଓଡ଼ିଶା ପାଇଁ ବହୁତ କିଛି କାମକରିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ଆଜି ବାପି ଅସ୍ତମିତ ହୋଇଗଲେ। ଏହି ଦାରୁଣ ଦୁଃଖ ମୋ ପକ୍ଷେ ସହ୍ୟ କରିବା ଅସମ୍ଭବ । ବାପିଙ୍କ ବିୟୋଗ କଂଗ୍ରେସ ଦଳ ପାଇଁ ବିଶେଷ କରି ଯୁବ ସମାଜ ପାଇଁ ଅପୂରଣୀୟ କ୍ଷତି। ସ୍ବର୍ଗତଃ ଅମର ଆତ୍ମାର ସଦଗତି କାମନା କରି ଏହି ଦାରୁଣ ଦୁଃଖକୁ ସହ୍ୟ କରିବା ପାଇଁ ଜୟଦେବ ବାବୁ ଏବଂ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଭଗବାନ ଯଥେଷ୍ଟ ଶକ୍ତି ସାହସ ଓ ଧୈର୍ୟ୍ୟ ପ୍ରଦାନ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କାମନା କରିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories