www.samajalive.in
Saturday, December 13, 2025
21.1 C
Bhubaneswar

କୃଷକମାନଙ୍କ ସଚେତନତା ପାଇଁ ବେଗୁନିଆ ବ୍ଲକରେ ଗଡ଼ିଲା କୃଷି ରଥ

ବେଗୁନିଆ: ରାଜ୍ୟ ସରକାର କୃଷି ଓ କୃଷକମାନଙ୍କ ପାଇଁ ପ୍ରଣୟନ କରୁଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରିବା ପାଇଁ ଆଜି ଠାରୁ ବେଗୁନିଆ ବ୍ଲକର କୃଷି କାର୍ଯ୍ୟାଳୟ ଠାରୁ କୃଷିରଥ ପରିଭ୍ରମଣ ଆରମ୍ଭ ହୋଇଛି। ଏହି ରଥରେ ଭୁବନେଶ୍ୱରସ୍ଥିତ ପପେଟ ସଂସ୍ଥାରୁ ଆସିଥିବା କଳାକାରମାନେ ନୃତ୍ୟ ଗୀତ ମାଧ୍ୟମରେ ସରକାରଙ୍କର ଯୋଜନା ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରାଉଛନ୍ତି। ଏହି ରଥ ଆଜି ଦିନ ୧୦ଟା ସମୟରେ କୃଷି କାର୍ଯ୍ୟାଳୟରେ ପଂହଁଚିବା ପରେ ଆତ୍ମାର ଅଧ୍ୟକ୍ଷ ଶ୍ରୀନିବାସ ପାଇକରାୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରଥ ବେଗୁନିଆ ବ୍ଲକର ୨୧ଟି ପଞ୍ଚାୟତ ପରିଭ୍ରମଣ କରି ଚାଷୀମାନଙ୍କୁ ସଚେତନ କରିବ। ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ବ୍ଲକ କୃଷି ଅଧିକାରୀ ସୀତାରତ୍ନମାଳା ଦାସ, କୃଷି ଓଭରସିୟର ଶ୍ୟାମସୁନ୍ଦର ବେହେରା ଏବଂ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସୋନାଲି ସରଣ ସବନମ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହିତ ପରିଚାଳନା କରିଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories