www.samajalive.in
Saturday, December 13, 2025
21.1 C
Bhubaneswar

ବିଧାୟକଙ୍କ ସହିତ ଆଲୋଚନାକୁ ନେଇ ବେଗୁନିଆ ମିଡିଆ ହାଉସର ବୈଠକ

ବେଗୁନିଆ: ବେଗୁନିଆ ବ୍ଲକରେ ସଦ୍ୟ ଗଠନ କରାଯାଇଥିବା ମିଡିଆ ହାଉସର ସ୍ଥାନ ନିରୂପଣ ଏବଂ ଗୃହ ନିର୍ମାଣ ପାଇଁ ସ୍ଥାନୀୟ ତହସିଲଦାର ଏବଂ ବିଧାୟକଙ୍କ ସହିତ କର୍ମକର୍ତ୍ତାମାନେ ଆଲୋଚନା କରିଥିଲେ। ଆଜି ଏହି ଉପଲକ୍ଷେ ମାନବ ଅଧିକାର ସୁରକ୍ଷା ସଂଗଠନ ବେଗୁନିଆ ଶାଖା କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ବେଗୁନିଆ ମିଡିଆ ହାଉସର ସମସ୍ତ କର୍ମକର୍ତ୍ତାମାନଙ୍କୁ ନେଇ ଏକ ଜରୁରୀକାଳୀନ ବୈଠକ ଶାଖା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ହାଉସର ସମ୍ପାଦକ ସୁକାନ୍ତ କୁମାର ପରିଡା ପୂର୍ବ ବିବରଣୀ ପାଠ କରିଥିଲେ।

ବୈଠକରେ ବିଜେଡିର ବରିଷ୍ଠ ନେତା ଭଗବାନ ପଣ୍ଡାଙ୍କ ଉଦ୍ୟମ କ୍ରମେ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଏବଂ ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କୁ ସାକ୍ଷାତ କରି ମିଡିଆ ହାଉସର ଏକ ଗୃହ ନିର୍ମାଣ କରିବା ପାଇଁ ଅନୁରୋଧ କରିଥିଲେ। ବିଧାୟକ ଶ୍ରୀ ସାହୁ ତୁରନ୍ତ ଗୃହ ନିର୍ମାଣ କରିବା ପାଇଁ ତାଙ୍କ ଲ୍ୟାଡ଼ରୁ ଅନୁଦାନ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେଥିପାଇଁ ମିଡିଆ ହାଉସ ତରଫରୁ ସମସ୍ତ ସଭ୍ୟ ବିଧାୟକ ଶ୍ରୀ ସାହୁଙ୍କୁ କୃତଜ୍ଞତା ଜଣାଇବା ସହିତ ଧନ୍ୟବାଦ ଦେଇଥିଲେ। ସାମ୍ବାଦିକମାନଙ୍କର ଜମି ଚିହ୍ନଟ ଏବଂ ବିଧାୟକ ପାଣ୍ଠିରୁ ଅନୁଦାନ ଆଣିବାରେ ବରିଷ୍ଠ ବିଜେଡି ନେତା ଭଗବାନ ପଣ୍ଡାଙ୍କ ସାହାଯ୍ୟ ସହଯୋଗକୁ ପ୍ରଶଂସା କରାଯାଇଥିଲା। ଏହି ଅବସରରେ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ସନାତନ ଆଚାର୍ଯ୍ୟ ଏବଂ ବରିଷ୍ଠ ବିଜେପି ନେତା ତଥା ସମାଜସେବୀ ଗୌରଚରଣ ପ୍ରହରାଜଙ୍କ ଦ୍ଵାରା ବୃକ୍ଷ ରୋପଣ କରାଯାଇଥିଲା।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories