ବୌଦ୍ଧ: ବୌଦ୍ଧ ଜିଲ୍ଲା ଛାତ୍ର କଂଗ୍ରେସର ସଭାପତି ଭାବେ ବିକ୍ରମ ପ୍ରଧାନ ମନୋନୀତ ହୋଇଥିବା ଜଣା ପଡିଛି। ତାଂକର ନିଯୁକ୍ତିକୁ ଏନ. ଏସ. ୟୁ. ଆଇ. ର ଜାତୀୟ ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଅନୁଲେଖ୍ ବୃସା ଆଜି ଅନୁମୋଦନ କରିଥିବା ପରେ ଏହା ଘୋଷଣା କରା ଯାଇଛି। ପୁର୍ବରୁ ମଧ୍ୟ ଶ୍ରୀ ପ୍ରଧାନ ଏହି ପଦବୀରେ କାର୍ଯ୍ୟ କରି ଆସୁଥିଲେ। ପୁନର୍ବାର ଜିଲ୍ଲା ଛାତ୍ର କଂଗ୍ରେସର ସଭାପତି ମନୋନୀତ ହେବା ପରେ ଏନ. ଏସ. ୟୁ. ଆଇ. ଜାତୀୟ ସଭାପତି ନୀରଜ କୁନ୍ଦନ, ରାଜ୍ୟ ସଭାପତି ୟାସିର୍ ନୱାଜ, ଓଡିଶା ପ୍ରଭାରୀ ଅନୁଲେଖ୍ ବୃସା ରାଜ୍ୟ ଉପ ସଭାପତି ଅଭିଳାଷ ମାଣିଆ, ଉପସଭାପତି ପ୍ରୀତମ୍ ପରିଜା,ବୌଦ୍ଧ ଜିଲ୍ଲା ପ୍ରଭାରୀ ଦେବାଶିଷ ମହାପାତ୍ର ଓ ନିରଞ୍ଜନ ଦାଶଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ତଥା ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ର,ପୂର୍ବତନ ବିଧାୟକ ସୁଜିତ କୁମାର୍ ପାଢ଼ୀ, ଯୁବ କଂଗ୍ରେସ ସଭାପତି ମହେଶ୍ବର ପ୍ରଧାନଙ୍କ ସମେତ ଜିଲ୍ଲାର ସମସ୍ତ କଂଗ୍ରେସର ଛାମୁଆ ସଂଗଠନର ମୁଖ୍ୟ ମାନଙ୍କୁ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇଛନ୍ତି। ସମସ୍ତଙ୍କ ସହଯୋଗରେ ଆଗାମୀ ଦିନରେ ଛାତ୍ର କଂଗ୍ରେସକୁ ଜିଲ୍ଲାରେ ଆହୁରି ସୁ ସଂଗଠିତ କରାଯିବ ବୋଲି ପ୍ରକାଶ କରିଛନ୍ତି।
Popular Categories



