ରେଙ୍ଗାଲି : ସୋସିଆଲ ଆଣ୍ଡ କଲଚରାଲ ଏଡ଼ଭାନ୍ସ ନେଟୱାର୍କ (ସ୍କାନ) ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତର ସର୍ବଶ୍ରେଷ୍ଠ ସମ୍ମାନ ” ଭାରତ ରତ୍ନ” ଉପାଧି ପ୍ରଦାନ କରାଯିବା ପାଇଁ ସ୍ୱାଧୀନତା ଦିବସ ଅଗଷ୍ଟ ପନ୍ଦର ଦିନ ସମ୍ବଲପୁର ସମଲେଇ ପୀଠରୁ ଆରମ୍ଭ ହୋଇଥିବା ଦସ୍ତଖତ ଅଭିଯାନ ମଙ୍ଗଳବାର ରେଙ୍ଗାଲି ଠାରେ ପହଞ୍ଚିଥିଲା । ଏହି ଅବସରରେ ସ୍ଥାନୀୟ ହରିହର ଧର୍ମଶାଳା ସମ୍ଭୁଖରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଦସ୍ତଖତ ଅଭିଯାନର ରାଜ୍ୟ ସଂଯୋଜକ ସରୋଜ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପଥପ୍ରାନ୍ତ ସଭାରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ତଥା ଜନ ସାଧାରଣ ସାମିଲ ହୋଇ ନିଜ ନିଜସ୍ୱ ଦସ୍ତଖତ ପ୍ରଦାନ ଥିଲେ ।
ଏହି ଅବସରରେ ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ, ଦିଲୀପ ଦୁରିଆ, ରେଙ୍ଗାଲି ବ୍ଲକ ସଭାପତି ଅଶୋକ ଗୁରୁ, ରେଙ୍ଗାଲି ବ୍ଲକ ଉପାଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲ, ମହେନ୍ଦ୍ର ଓରାମ, ନାରାୟଣ ଶର୍ମା, ଯୁବ ବିଜେଡି ବ୍ଲକ ସଭାପତି ଦୟାସାଗର ଭଏସାଲ, ତାପସ ପଣ୍ଡା, ତନ୍ନୟୀ ସାହୁ, ଆକାଶ ପଣ୍ଡା,ସୂର୍ୟ୍ୟରଞ୍ଜନ ପାତ୍ର, ସନ୍ଦୀପ ଶର୍ମା, ବିରଞ୍ଚି ବିଶ୍ୱାଳ, ନନ୍ଦଲାଲ ବିଶ୍ୱାଳ, ଦୟାନିଧି ବିଶ୍ୱାଳ, ପ୍ରମୁଖ ଯୋଗଦେଇ ଦସ୍ତଖତ ଅଭିଯାନକୁ ସଫଳ କରିବା ପାଇଁ ମତ ପ୍ରକାଶ କରିଥିଲେ । ସୋସିଆଲ ଆଣ୍ଡ କଲଚରାଲ ଏଡ଼ଭାନ୍ସ ନେଟୱାର୍କ (ସ୍କାନ) ର ଅଧକ୍ଷ ତଥା ରାଜ୍ୟ ଆବାହକ ସୁଧାଂଶୁ ଶେଖର ମହାରଣା ଏହି ଦସ୍ତଖତ ଅଭିଯାନ କାର୍ୟ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କ ରେ ସୂଚନା ଦେଇ ସଭା ରେ ଅଂଚଳ ର ବହୁ ସଂଖ୍ୟା ରେ ଜନ ସାଧାରଣ ସାମିଲ ହୋଇଥିବା ରୁ ସାଧୁବାଦ ଜ୍ଞାପନ କରିଥିଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ “ଭାରତ ରତ୍ନ” ପାଇଁ ରେଙ୍ଗାଲିରେ ଦସ୍ତଖତ ଅଭିଯାନ
Popular Categories



