ଖଇରା : ବାଲେଶ୍ୱରର ଖଇରା ବ୍ଳକ ମାଣୀତ୍ରୀ ଗ୍ରାମରେ ଜଣେ ଯୁବକ ବିଲରୁ ଚାଷ କାମ ସାରି ଘରକୁ ଫେରୁଥିବ । ବେଳେ ବଜ୍ରପାତରେ ତାଙ୍କର ମୃତ୍ୟୁ ଘଟିଛି ।ମୃତକ ହେଲେ ମାଣିତ୍ରୀ ଗ୍ରାମର ସନ୍ତୋଷ ଦାସ । ଆଜି ସକାଳେ ବିଲକୁ ଚାଷ କରିବାକୁ ଯାଇଥିଲେ। ଚାଷ କାମ ସାରି ଘରକୁ ଫେରୁଥିବ ସମୟରେ ହଠାତ ବଜ୍ରପାତ ମାରିଥିଲା। ଯାହାଫଳରେ ସନ୍ତୋଷ ତଳେ ପଡି ଯାଇଥିଲେ। ଗ୍ରାମବାସୀମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରି ସିମୁଳିଆ ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Popular Categories



