www.samajalive.in
Saturday, December 13, 2025
27.1 C
Bhubaneswar

ଆମେରିକା ସୈନ୍ୟଙ୍କ ସୁରକ୍ଷା ଘେରରେ କାବୁଲ ବିମାନ ବନ୍ଦର

କାବୁଲ: ଆଫଗାନିସ୍ତାନ ସଂପ୍ରତି ସଂପୂର୍ଣ୍ଣ ଭାବରେ ତାଲିବାନ ଆତଙ୍କିଙ୍କ ନିୟନ୍ତ୍ରଣରେ। ଦେଶର ରାଷ୍ଟ୍ରପତି ଆସରଫ ଘନି ଦେଶଛାଡି ଚାଲିଯିବା ପରେ ଏବେ ତାଲିବାନ ନିଜର ସରକାର ଗଠନ ପ୍ରକ୍ରିୟା ଆରମ୍ଭ କରିଛି। ରବିବାର ରାତିରେ କାବୁଲ ବିମାନବନ୍ଦରରେ ତାଲିବାନ ଆତଙ୍କିମାନେ ପ୍ରବେଶ କରିବା ପରେ ସେଠାରେ ବ୍ୟବସାୟିକ ଉଡାଣକୁ ବନ୍ଦ କରିଦିଆଯାଇ କେବଳ ସାମରିକ ବିମାନ ଚଳାଚଳକୁ ଅନୁମତି ଦିଆଯାଇଥିଲା। ବିମାନବନ୍ଦରରେ ଗୁଳିଚାଳନା ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିଲା। ତେବେ ଆମେରିକା ସୈନ୍ୟମାନେ ଇତିମଧ୍ୟରେ କାବୁଲ ବିମାନ ବନ୍ଦର ନିଜ ନିୟନ୍ତ୍ରଣକୁ ନେବା ସହିତ ସେଠାରେ ସୁରକ୍ଷା ଦେଉଥିବା ଜଣାଯାଇଛି। ଆମେରିକାର ବୈଦେଶିକ ବିଭାଗ ପକ୍ଷରୁ କୁହାଯାଇଛି ଯେ କାବୁଲରେ ଥିବା ହମିଦ କାରଜାଇ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଏହାର ସୈନ୍ୟମାନେ ସୁରକ୍ଷା ଦେଉଛନ୍ତି। ଏଥିସହିତ କାବୁଲରେ ଥିବା ଆମେରିକା ଦୂତାବାସକୁ ସଂପୂର୍ଣ୍ଣ ଖାଲି କରିଦିଆଯାଇଛି।

 

- Advertisement -

ତାଲିବାନ ଆତଙ୍କି କାବୁଲ ଦଖଲ କରିବାର କେଇ ଘଣ୍ଟା ମଧ୍ୟରେ ଆମେରିକାର ମୁଖପାତ୍ର ନେଡ ପ୍ରାଇସ ଏକ ବିବୃତିରେ କହିଥିଲେ, କାବୁଲସ୍ଥିତ ଆମେରିକା ଦୂତାବାସ କର୍ମଚାରୀ ହମିଦ କାରଜାଇ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିସାରିଛନ୍ତି ଏବଂ ସେଠାରେ ଆମେରିକୀୟ ସୈନ୍ୟମାନେ ସୁରକ୍ଷା ଦେଉଛନ୍ତି। ସୂଚନାଯୋଗ୍ୟ ଯେ ନିଜ ଦୂତାବାସ କର୍ମଚାରୀଙ୍କୁ ଫେରାଇ ଆଣିବାକୁ ଆମେରିକା ପ୍ରଶାସନ ଆଫଗାନିସ୍ତାନକୁ ନିଜର ୬ହଜାର ସୈନ୍ୟ ପଠାଇଥିଲା। ଅନ୍ୟପକ୍ଷରେ ରବିବାର ଦିନ ବିଶ୍ୱର ୬୫ରୁ ଅଧିକ ରାଷ୍ଟ୍ର ଆଫଗାନ ନାଗରିକଙ୍କୁ ଦେଶଛାଡି ଅନ୍ୟତ୍ର ଯିବାକୁ ଅନୁମତି ଦେବାପାଇଁ ତାଲିବାନକୁ ଅନୁରୋଧ କରିଥିଲେ। ଏହି ରାଷ୍ଟ୍ରଗୁଡିକ ପକ୍ଷରୁ ଏକ ବିବୃତିରେ କୁହାଯାଇଥିଲା ଯେ ଆଫଗାନିସ୍ତାନ ଲୋକ ନିରାପଦରେ, ଇଜ୍ଜତର ସହିତ ବଞ୍ଚିବା ଅଧିକାର ସେମାନଙ୍କର ରହିଛି ଏବଂ ଆନ୍ତର୍ଜାତିକ ସମୁଦାୟ ସେମାନଙ୍କୁ ସହାୟତା କରିବାକୁ ପ୍ରସ୍ତୁତ ଅଛନ୍ତି।

 

ଇତିମଧ୍ୟରେ ସୋମବା ସକାଳୁ କାବୁଲ ବିମାନ ବନ୍ଦର ଲୋକାରଣ୍ୟ ହୋଇପଡିଥିଲା। ବହୁ ସଂଖ୍ୟାରେ ଲୋକ କାବୁଲ ଛାଡିଚାଲିଯିବାକୁ ବିମାନ ବନ୍ଦରରେ ସମବେତ ହୋଇଥିଲେ। ଦେଶ ଛାଡି ପଳାଇ ଯାଇଥିବା ଆସରଫ ଘନି ଫେସବୁକରେ ପୋଷ୍ଟ କରିଥିବା ଲେଖାରେ କହିଛନ୍ତି ଯେ ତାଲିବାନମାନେ ଅସି ଓ ବନ୍ଧୁକ ବଳରେ ବିଜୟ ଲାଭ କରିଛନ୍ତି। ଏବେ ଦେଶବାସୀଙ୍କ ସମ୍ମାନ, ସଂପତ୍ତି ଏବଂ ସେମାନଙ୍କୁ ସୁରକ୍ଷା ଦେବା ଦାୟିତ୍ୱ ତାଲିବାନମାନଙ୍କର। ତାଲିବାନର ସହ ପ୍ରତିଷ୍ଠାତା ଅବଦୁଲ ଘନି ବରାଦର ଏକ ଭିଡିଓ ଜାରି କରି ତାଙ୍କର ବିଜୟ ସମ୍ପର୍କରେ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏବେ ପରୀକ୍ଷା କରିବା ଏବଂ ପ୍ରମାଣିତ କରିବାର ସମୟ ଆସିଛି ଏବଂ ତାଲିବାନ ନିଜ ରାଷ୍ଟ୍ରର ସେବା କରିପାରିବ ଏବଂ ଏହାର ଜନସାଧାରଙ୍କ ସୁରକ୍ଷା ଓ ସ୍ୱାଚ୍ଛନ୍ଦ୍ୟ ସୁନିଶ୍ଚିତ କରିବା ଏହାକୁ ପ୍ରଦର୍ଶିତ କରିବାକୁ ହେବ।

Hot this week

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

Related Articles

Popular Categories