www.samajalive.in
Saturday, December 6, 2025
26.1 C
Bhubaneswar

ଯୋଗୀଙ୍କ ବିରୋଧରେ ପ୍ରାର୍ଥୀ ହେବେ ଅମିତାଭ ଠାକୁର

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବିତା କରିବେ ପୂର୍ବତନ ପୁଲିସ ଆଇଜି ଅମିତାଭ ଠାକୁର। ଶନିବାର ତାଙ୍କ ପତ୍ନୀ ନୂତନ ଏହି ଘୋଷଣା କରିଛନ୍ତି। ତାଙ୍କୁ ସରକାର ଗତ ମାର୍ଚ୍ଚ ୨୩ରେ ଅଯୋଗ୍ୟତା ଦର୍ଶାଇ ବାଧ୍ୟତାମୂଳକ ଅବସର ଦେଇଥିଲେ। ଏହା ପରଠାରୁ ଠାକୁର ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି। ୧୯୯୨ ବ୍ୟାଚ୍‌ର ୟୁପି ପାହ୍ୟା ଆଇପିଏସ୍‌ ଅଧିକାରୀ ଠାକୁର ପ୍ରଶ୍ନ କରିଛନ୍ତି ଯେ ସେ କ’ଣ ଗତ ପାଞ୍ଚ ବର୍ଷ ମଧ୍ୟରେ ଯୋଗୀଙ୍କ ନଜରରେ ଏକମାତ୍ର ଅଯୋଗ୍ୟ ଅଧିକାରୀ ? ଯୋଗୀଙ୍କ ବିରୋଧରେ ସେ ବିଜୟ ଲାଭ କରି ନପାରନ୍ତି; ହେଲେ ତାଙ୍କୁ ସହଜେ ଜିତିବାକୁ ଛାଡ଼ିବେ ନାହିଁ। ଠାକୁର ଅଧିକାଂଶ ସମୟରେ ସରକାରୀ ନୀତିର ଭୁଲ୍‌ଭଟକାକୁ ନେଇ ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥାଆନ୍ତି। ୨୦୧୫ରେ ସେ ଏଭଳି କାର୍ଯ୍ୟ ପାଇଁ ଥରେ ନିଲମ୍ବିତ ହୋଇଥିଲେ; କିନ୍ତୁ ଅଦାଲତ ନିର୍ଦେଶକ୍ରମେ‌େ‌ ପୁନଃ ନିଜ ପଦକୁ ଫେରିଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories