www.samajalive.in
Sunday, December 14, 2025
23.1 C
Bhubaneswar

ପ୍ରାକୃତିକ ସୌନ୍ଦର୍ଯ୍ୟ ଓ କଳାର ଅନ୍ୟ ନାମ ଆଣ୍ଡ୍ରେଟ୍ଟା

 

ହିମାଚଳ ପ୍ରଦେଶର ଧୋଲଧାର ପାହାଡ଼ କୋଳର ଏକ ଗ୍ରାମ ହେଉଛି ଆଣ୍ଡ୍ରେଟ୍ଟା, ଯେଉଁଠାରେ ସୁନ୍ଦରତା ଓ ନିଜର କଳା ଏକ ଅପୂର୍ବ ସମନ୍ବୟ ଘଟିଛି।  ଏଠାରେ ପ୍ରକୃତିର ସୌନ୍ଦର୍ଯ୍ୟ ସ୍ୱର୍ଗ ସଦୃଶ ହୃଦବୋଧ ହୁଏ। ହିମାଚଳ ପ୍ରଦେଶରେ ଏପରି ବହୁ ସ୍ଥାନ ରହିଛି ଯାହା ବିଷୟରେ ସମସ୍ତେ ହୁଏତ ଜାଣି ନଥିବେ। ଏହି ସ୍ଥାନର ସୁନ୍ଦରତା ଏବଂ ଶାନ୍ତି ଦୁନିଆର ସବୁ ସ୍ଥାନ ଠାରୁ ନିଆରା ଅଟେ।
ହସ୍ତକର୍ମ ଅର୍ଥାତ୍‌ ହାତରେ ତିଆରି ବିଭିନ୍ନ ସୂକ୍ଷ୍ମ କାରୁକାର୍ଯ୍ୟ, ଅନ୍ୟାନ୍ୟ ସୂକ୍ଷ୍ମ କାରୁକାର୍ଯ୍ୟ ନିମନ୍ତେ ମଧ୍ୟ ଏହା ବେଶ ପ୍ରସିଦ୍ଧ ଅଟେ। ଅଣ୍ଡ୍ରେଟ୍ଟା ନିକଟରେ ପାଲମପୁର ସହର ରହିଛି। ଯାହା ସାରା ଦୁନିଆରେ ନିଜର ଚା’ ବଗିଚା ନିମନ୍ତେ ବେଶ ପ୍ରସିଦ୍ଧି ଲାଭ କରିଛି। ଏଠାରେ ବହୁ ଛୋଟ ଛୋଟ ନଦୀ ଓ ପାହାଡ଼ ରହିଛି। ତେଣୁ ଏଠାକାର ପରିବେଶ ସର୍ବଦା ଥଣ୍ଡା ରହେ। ଏହି ଥଣ୍ଡା ପରିବେଶ ଚା’ ବଗିଚା ପାଇଁ ଅନୁକୁଳ ଅଟେ। ଆଣ୍ଡ୍ରେଟ୍ଟାର ନିକଟରେ ବହୁ ମନ୍ଦିର ମଧ୍ୟ ରହିଛି।
ବୈଜନାଥ ମନ୍ଦିର – ଉତ୍ତର ଭାରତର ସବୁଠାରୁ ପୁରୁଣା ପ୍ରଭୁ ଶିବଙ୍କର ମନ୍ଦିର ରହିଛି। ଅନ୍ୟ ଦିନ ଅପେକ୍ଷା ଶିବରାତ୍ରି ଓ ଅନ୍ୟ ପର୍ବ ମାନଙ୍କରେ ଏଠାରେ ଭକ୍ତଙ୍କ ବହୁ ଭିଡ଼ ଜମିଥାଏ।
ବ୍ରଜେଶ୍ୱରୀ ମନ୍ଦିର – ଐତିହାସିକ ମାନ୍ୟତା ଅନୁଯାୟୀ ଏହି ମନ୍ଦିର ନିଜର ବିଶାଳ ବୈଭବ ନିମନ୍ତେ ପ୍ରସିଦ୍ଧ ଅଟେ।
ଜ୍ୱାଲାମୁଖୀ ମନ୍ଦିର – ଭାରତର ୫୧ଟି ଶକ୍ତି ପୀଠରୁ ଜ୍ୱାଲାମୁଖୀ ମନ୍ଦିର ଅନ୍ୟତମ। ଏଠାରେ ସୁଖଶାନ୍ତି ପ୍ରାପ୍ତି ହେବା ସହ ଜୀବନର ସମସ୍ତ ଦୁଃଖ ମଧ୍ୟ ଦୂର ହୋଇଥାଏ।
ଗମନାଗମନା- ଆଣ୍ଡ୍ରେଟ୍ଟା ପାଲମପୁର ଠାରୁ ୧୩ କିଲୋମିଟର ଦୂରରେ ଅବସ୍ଥିତ। ଦିଲ୍ଲୀ କିମ୍ବା ଚଣ୍ଡୀଗଡ଼ ଠାରୁ ଏଠାକୁ ଯିବା ନିମନ୍ତେ ବସ୍‍ର ସୁବିଧା ରହିଛି।  ଟ୍ରେନରେ ଗଲେ ଏଠାକାର ନିକଟତମ ରେଳ ଷ୍ଟେସନ ଅଟେ ପଠାନକୋର୍ଟ। ସେଠାରୁ ଯେକୌଣସି ଘରୋଇ ଯାନରେ ମଧ୍ୟ ଯାଇହେବ।

Hot this week

କଟକରେ ପହଞ୍ଚିଲେ ମୁଖ୍ୟ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories