www.samajalive.in
Tuesday, December 9, 2025
15.1 C
Bhubaneswar

ଆଫଗାନ ସରକାରଙ୍କୁ ଭାରତ ଦାନ କରିଥିବା ହେଲିକପ୍ଟରକୁ ତାଲିବାନ ନେଇଗଲା

କାବୁଲ: ଭାରତ ସରକାରଙ୍କ ପକ୍ଷରୁ ଆଫଗାନିସ୍ତାନ ସରକାରଙ୍କୁ ଦାନ କରାଯାଇଥିବା ଏକ ଏମଆଇ-୩୫ ହେଲିକପ୍ଟର ଏବେ ତାଲିବାନ ଦଖଲକୁ ଚାଲିଯାଇଥିବା ଜଣାଯାଇଛି। କୁନ୍ଦୁଜ ବିମାନ ବନ୍ଦରରେ ଉକ୍ତ ହେଲିକପ୍ଟର ଛିଡା ହୋଇଥିବାବେଳେ ତାହା ନିକଟରେ ଜଣେ ତାଲିବାନ ଆତଙ୍କି ମୋଟରସାଇକେଲରେ ଛିଡା ହୋଇଥିବା ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଭିଡିଓ ଚିତ୍ରରୁ ଦେଖିବାକୁ ମିଳିଛି। ଉକ୍ତ ବ୍ୟକ୍ତି ଜଣକ ତାଲିବାନ ଆତଙ୍କି ଏବଂ ସମ୍ଭବତଃ ହେଲିକପ୍ଟରକୁ ତାଲିବାନ କବଜା କରିନେଇଥିବା ମନେ କରାଯାଉଛି। କାରଣ ତାଲିବାନ ଆତଙ୍କିମାନେ ଗତ ସପ୍ତାହରେ କୁନ୍ଦୁଜ ସହର ନିଜ ଦଖଲକୁ ନେଇସାରିଛନ୍ତି। ଭିଡିଓରୁ ଆଉ ମଧ୍ୟ ଦେଖିବାକୁ ମିଳିଛି ଯେ ଉକ୍ତ ହେଲିକପ୍ଟରରେ ରୋଟରଗୁଡିକ ନଥିବାରୁ ତାହା ହୁଏତ ଅକାମି ଅବସ୍ଥାରେ ସେହିଠାରେ ରଖାଯାଇଛି। ହେଲିକପ୍ଟରରେ ଲେଖାଯାଇଥିବା ସଂଖ୍ୟାରୁ ତାହା ଭାରତ ଦ୍ୱାରା ଦାନ କରାଯାଇଥିବା ହେଲିକପ୍ଟର ବୋଲି ଜଣାଯାଇଛି। ସୂଚନାଯୋଗ୍ୟ ଯେ ଏହାକୁ ମିଶାଇ ଭାରତ ସରକାର ଆଫଗାନିସ୍ତାନ ସରକାରଙ୍କୁ ଚାରିଟି ହେଲିକପ୍ଟର ଦାନ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories