www.samajalive.in
Saturday, December 6, 2025
26.1 C
Bhubaneswar

ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନିର୍ମାଣ ହେବ ରେଳ ଷ୍ଟେସନ

ସହାରନପୁର: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ନାଁରେ ନିର୍ମାଣ ହେବ ରେଳ ଷ୍ଟେସନ। ବନେରା ଗ୍ରାମରେ ରୁର୍‌କୀ-ଦେଓବନ୍ଦ ରେଳ ପଥରେ ନିର୍ମାଣ ହେବାକୁ ଥିବା ରେଳ ଷ୍ଟେସନକୁ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ କରାଯିବ। ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ରେଳ ଷ୍ଟେସନର ନାମକରଣ ସମ୍ପର୍କରେ ଜିଲ୍ଲା ପ୍ରଶାସନଠାରୁ ରିପୋର୍ଟ ମାଗିଥିଲେ।

ମେରଠର ବଜରଙ୍ଗ ଦଳ ମୁଖ୍ୟ ବିକାଶ ତ୍ୟାଗୀ ଜିଲାର ଗ୍ରାମ ମୁଖିଆ ଓ ଜିଲା ପଞ୍ଚାୟତ ସଦସ୍ୟଙ୍କ ଦସ୍ତଖତ ଯୁକ୍ତ ଏକ ପତ୍ର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟକୁ ପଠାଇଛନ୍ତି। ସେହି ପତ୍ରରେ ଉଲ୍ଲେଖ ରହିଛି ଯେ, କେନ୍ଦ୍ର ସରକାରଙ୍କ ଦ୍ବାରା ଦେଓବନ୍ଦରୁ ରୁର୍‌କୀ ପର୍ଯ୍ୟନ୍ତ ରେଳପଥ ନିର୍ମାଣ କରାଯାଉଛି, ଏହା ଅଧୀନରେ କୋତୱାଲୀ ଅଞ୍ଚଳର ବନେରା ଗାଁରେ ହେବାକୁ ଥିବା ରେଳ ଷ୍ଟେସନକୁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ କରାଯାଉ।

- Advertisement -

ହିନ୍ଦୁ ସଂଗଠନ ଏବଂ ଜିଲ୍ଲାବାସୀଙ୍କ ଦାବୀ ଉପରେ ରେଳ ମନ୍ତ୍ରଣାଳୟ ରେଳ ଷ୍ଟେସନର ନାମକରଣ ସମ୍ପର୍କରେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ରିପୋର୍ଟ ମାଗିଛି। ପୂର୍ବରୁ ଯୋଗୀ ଆଦିତ୍ୟନାଥ ଜିଲା ପ୍ରଶାସନଠାରୁ ରିପୋର୍ଟ ମାଗିଥିଲେ। ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଦେଓବନ୍ଦ ଏସଡିଏମ ରାକେଶ କୁମାର ସିଂହ ବ​ର୍ଷେ ପୂର୍ବରୁ କହିଥିଲେ ଯେ ସରକାର ରେଳ ଷ୍ଟେସନର ନାଁ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ରଖିବା ଉଚିତ୍। ଏହି ରିପୋର୍ଟରେ ହିନ୍ଦୁ ସଂଗଠନର ଦାବୀ ମଧ୍ୟ ଦର୍ଶାଯାଇଥିଲା।

 

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories