www.samajalive.in
Sunday, December 14, 2025
26.1 C
Bhubaneswar

ପାଞ୍ଚ ବିଜୁଳି ଠିକା କର୍ମଚାରୀଙ୍କୁ ବହିଷ୍କୃତ ପ୍ରତିବାଦରେ ଧାରଣା

ବୌଦ୍ଧ: ବୌଦ୍ଧଜିଲା ମନମୁଣ୍ଡା ବିଦ୍ୟୁତ ଉପଖଣ୍ଡ ଅଧିନରେ କାର୍ଯ୍ୟ କରୁଥିବା ୫ ଜଣ ଠିକା କର୍ମଚାରୀଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଥିବା ନେଇ ଓଡ଼ିଶା ରାଜ୍ୟ ବିଦ୍ୟୁତ ବୋର୍ଡ କର୍ମଚାରୀ ସଂଘର ବୌଦ୍ଧଜିଲା ଶାଖା ପକ୍ଷରୁ ପୁନଃ ନିଯୁକ୍ତି ଦାବୀରେ ମଙ୍ଗଳବାର ଦିନ ବୌଦ୍ଧ ବିଦ୍ୟୁତ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଏଆଇଟିୟୁସି ସହବନ୍ଧିତ ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ସମ୍ପାଦକ ପ୍ରତାପ କୁମାର ପ୍ରଧାନ, ଉପଦେଷ୍ଟା ଅବକାଶ ସାହୁ ଓ ସଂଗଠନ ସମ୍ପାଦକ ଗୁପ୍ତେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟରତ ଶ୍ରମିକ ମାନେ ଧାରଣାରେ ବସିଥିଲେ। ବୌଦ୍ଧ ବିଦ୍ୟୁତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଧରଣାରତ ଶ୍ରମିକ ମାନଙ୍କୁ ଛଟେଇ କର୍ମଚାରୀମାନଙ୍କୁ ପୁନଃ ନିଯୁକ୍ତି ଦିଆଯିବ ବୋଲି ଲିଖିତ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଏହି ଧାରଣାରେ ବ୍ରହ୍ମାନନ୍ଦ ମହାନ୍ତୀ, ଗଦାଧର ବେହେରା, ସୀତାଂଶୁ ବେହେରା, ପୁରୁଷୋତ୍ତ ଭଞ୍ଜଙ୍କ ସମତେ ବହୁ ଶ୍ରମିକ ଏହି ଆନ୍ଦୋଳନରେ ସାମିଲ ଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories