www.samajalive.in
Sunday, December 14, 2025
16.1 C
Bhubaneswar

କଣ୍ଟାମାଳ ବ୍ଳକ ଶିଶୁ ସୁରକ୍ଷା କମିଟିର ତାଲିମ କାର୍ଯ୍ୟକ୍ରମ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବୌଦ୍ଧ ତରଫରୁ ଅଗଷ୍ଟ ୯ ଓ ୧୦ ତାରିଖ ଦୁଇ ଦିନ ଧରି ଭର୍ଚୁଆଲ ମାଧ୍ୟମରେ କଣ୍ଟାମାଳବ୍ଲକର ଗୋଟି ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ଅଂଶ ଗ୍ରହଣ କରି ତାଲିମ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଅବଗତ କରିବା ସହ କରୋନା ମହାମାରୀ ସମୟରେ ଅନାଥ ଶିଶୁମାନଙ୍କ ସୁରକ୍ଷା ପାଇଁ ଆରମ୍ଭ କରିଥିବା ଆଶିର୍ବାଦ ଯୋଜନା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେହିପରି ସମ୍ମାନୀତ ଅତିଥିଭାବେ ଶିଶୁ ସୁରକ୍ଷା ୟୁନିଟର ଆନୁଷ୍ଠାନିକ ସୁରକ୍ଷା ଅଧିକାରୀ ରାଜେନ୍ଦ୍ର ମଲ୍ଲିକ ଶିଶୁ ବିକାଶ ପ୍ରକଳ୍ପ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ ଜୋତ୍ସ୍ନାରାଣୀ ପାଢୀ ଯୋଗ ଦେଇ ବାଲ୍ୟ ବିବାହ ନିରାକରଣ ଉପରେ ଆଲୋଚନା କରିଥିଲେ।

ସାଧନକର୍ମୀ ଭାବେ ସମାଜସେବୀ ଦିବ୍ୟଶଙ୍କର ରାଉତ ଅଂଶ ଗ୍ରହଣ କରି ଶିଶୁ ସୁରକ୍ଷା ସଂପର୍କରେ କହିବା ସହ ଶିଶୁମାନଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ପଞ୍ଚାୟତ ସ୍ତରରେ ଗଠନ ହୋଇଥିବା କମିଟି ଗୁଡିକର ଦାୟୀତ୍ୱ ଓ କର୍ତ୍ତବ୍ୟ ସଂପର୍କରେ ତାଲିମ ପ୍ରଦାନ କରିଥିଲେ। ଏକ୍ସନ ଏଡ୍‍ର ସାଂଯାଜିକା ପ୍ରବିଜ୍ଞା ଦାଶ ବାଲ୍ୟ ବିବାହ ମୁକ୍ତ ଗ୍ରାମର ସୂଚକାଙ୍କ ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅଧିକାରୀ ସୁଶାନ୍ତ ଭୋଇ ତାଲିମ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ତାଲିମ କାର୍ଯ୍ୟକ୍ରମର ସଫଳତା କାମନା କରି ଚିତ୍ରସେନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ନାରାୟଣପ୍ରସାଦ, କୁଲତାଯୋର, ଉମା, ବରଗାଁ, ଆମ୍ବଗାଁ, ଖମନମୁଣ୍ଡା, ପଲସାଗୋରା, ଘିକୁଣ୍ଡି, ରେଙ୍ଗାଲି, ଲମ୍ବସରୀ ପଞ୍ଚାୟତର ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଆଇସିଡିଏସ ସୁପରଭାଇଜର, କର୍ମୀ, ଶିକ୍ଷକମାନେ ଅଂଶ ଗ୍ରହଣ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories