www.samajalive.in
Saturday, December 13, 2025
18.1 C
Bhubaneswar

‘ସମାଜ’ ପ୍ରଭାବ, ଚିକିତ୍ସା ପାଇଁ କଟକ ଗଲା ଶିଶୁ କିଡନୀ ରୋଗୀ ଚୁଟକୀ

କଣ୍ଟାମାଳ: ପାଞ୍ଚ ବର୍ଷର ନିଷ୍ପାପ ଶିଶୁ ଚୁଟକି ନାଏକ ଗତ ଦେଢ ବର୍ଷ ହେଲା ଅସାଧ୍ୟ କିଡନୀ ରୋଗରେ ପଡି ଘରର ଚାରି କାନ୍ଥ ମଧ୍ୟରେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ଖବର ଗତ ୫ ତାରିଖରେ ଦୈନିକ ‘ସମାଜ’ରେ ପ୍ରକାଶ ପାଇଥିଲା। ଗତ ଜୁଲାଇ ୩୧ ତାରିଖରେ ଚୁଟକୀର ବାପା ମଲିକ ନାଏକ ଓ ମା’ ଦୀପା ନାଏକ ଝିଅକୁ ନେଇ ବୌଦ୍ଧ ଜିଲ୍ଲା ଡାକ୍ତରଖାନା ଯାଇଥିଲେ ଏବଂ ଖୁବ ଶୀଘ୍ର ଶିଶୁଟିକୁ ଅଧିକ ଚିକିତ୍ସା କରିବା ପାଇଁ ବୁର୍ଲା କିମ୍ବା କଟକ ନିଆଯିବ କହି ଘରକୁ ଫେରିଯିବାକୁ କହିଥିଲେ। ହେଲେ ଶିଶୁଟିକୁ ପରିବାର ଲୋକେ ଘରକୁ ଆଣିବାର ସପ୍ତାହ ପରେ ବି କେହି ନଆସିବାରୁ ସ୍ଥାନୀୟ ସମାଜସେବୀ ସଦାଶିବ ପାଢୀ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଯୋଗୁଁ ମନମୁଣ୍ଡା ଚିକିତ୍ସାଧିକାରୀ ମହେନ୍ଦ୍ର କୁମାର ସଏ ଆମ୍ବୁଲାନ୍ସ ପଠାଇ ଚୁଟକୀର ଅଧିକ ଚିକିତ୍ସା ପାଇଁ କଟକ ନେଇ ଯାଇଥିବା ଜଣାଯାଇଛି।

ଚୁଟକୀର ପରିବାର ନିହାତି ଗରୀବ ଏବଂ ବେତ୍ରା ସଂପ୍ରଦାୟ ସହିତ ବାଉଁଶ ସାମଗ୍ରୀ ବିକ୍ରୀ ଚଳୁଥିବା ହେତୁ ଚୁଟକୀର ଚିକିତ୍ସା ପାଇଁ ସମାଜସେବୀ ସଦାଶିବ ପାଢୀ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ପଲସାଗୋରା ମହାପାତ୍ର ମେଡିକାଲ ଷ୍ଟୋରର ମାଲିକ ପ୍ରେମାନନ୍ଦ ମହାପାତ୍ର, ଅଜୟ ଆଚାର୍ଯ୍ୟ ଆର୍ଥୀକ ସହାୟତା ପ୍ରଦାନ କରି କଟକ ଯିବାରେ ସହଯୋଗ କରିଥିଲେ। ଚୁୁଟକୀର ଚିକିତ୍ସା ଦାୟିତ୍ୱ ଜିଲ୍ଲା ପ୍ରଶାସନ ନେଇଥିବାରୁ ପରିବାର ଲୋକେ ପ୍ରଶାସନ ପ୍ରତି ଖୁସି ବ୍ୟକ୍ତ କରିଥିବା ପ୍ରକାଶ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories